ଯୁବକଙ୍କ ହାଜତ ମୃତ୍ୟୁ ପରେ ହସ୍ପିଟାଲ ଛାତରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଭାଇ

author img

By

Published : Sep 25, 2021, 3:57 PM IST

ବରଗଡ଼ ଟାଉନ ଥାନାରେ ଯୁବକଙ୍କ ମୃତ୍ୟୁ, ଆତ୍ମହତ୍ୟା ଉଦ୍ୟମ କଲେ ମୃତକଙ୍କ ଭାଇ

ବରଗଡ ଟାଉନ ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ବଢୁଛି ଅସନ୍ତୋଷ । ଆତ୍ମହତ୍ୟା ଉଦ୍ୟମ ଦେଲେ ମୃତକଙ୍କ ଭାଇ । ଅଧିକ ପଢନ୍ତୁ...

ବରଗଡ଼: ଗମ୍ଭୀର ହେଉଛି ବରଗଡ ହାଜତ ମୃତ୍ୟୁ ମାମଲା । ଡାକ୍ତରଖାନାରେ ଉତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା ପରେ ଛାତରୁ ଡେଇଁ ଆତ୍ମହତ୍ୟା ଧମକ ଦେଲେ ମୃତକଙ୍କ ଭାଇ । ଦାବି ପୂରଣ ନ ହେଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ମୃତକଙ୍କ ଭାଇ ଜିତେନ କୁମ୍ଭାର ।

ବରଗଡ଼ ଟାଉନ ଥାନାରେ ଯୁବକଙ୍କ ମୃତ୍ୟୁ, ଆତ୍ମହତ୍ୟା ଉଦ୍ୟମ କଲେ ମୃତକଙ୍କ ଭାଇ
ସୂଚନା ଅନୁଯାୟୀ ଗତକାଲି(ଶୁକ୍ରବାର) ଟାଉନ ପୋଲିସ ତୋରା ଗ୍ରାମର 25 ବର୍ଷୀୟ ଯୁବକ ଗୋବିନ୍ଦ କୁମ୍ଭାରକୁ କୌଣସି କାରଣରୁ ରାତି 2 ଟାରେ ଘରୁ ଉଠାଇ ଆଣିଥିଲା । ମାତ୍ର ଆଜି(ଶନିବାର) ସକାଳେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା ପୋଲିସ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।ଅନ୍ୟପଟେ ପୋଲିସ ମୃତ ଗୋବିନ୍ଦ କୁମ୍ଭାରକୁ ଖେଦାପାଳି ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ରଖିଥିବା ବେଳେ ସେଠାରେ ମଧ୍ୟ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ଭାଇ ହସ୍ପିଟାଲର ୭ ମହଲାକୁ ଯାଇ ଆତ୍ମହତ୍ୟା ଧମକ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.