ପେଟ୍ରୋଲ ପମ୍ପରେ ବୋମା ପକାଇବା ଘଟଣା, ଅଭିଯୁକ୍ତ ଗିରଫ

author img

By

Published : Oct 14, 2021, 11:01 AM IST

ପେଟ୍ରୋଲ ପମ୍ପରେ ବୋମା ପକାଇବା ଘଟଣା, ଅଭିଯୁକ୍ତ ଗିରଫ

ପେଟ୍ରୋଲ ପମ୍ପରେ ବୋମା ପକାଇବା ଘଟଣା । ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଗାଇସିଲେଟ ପୋଲିସ । ଏନେଇ ପଦ୍ମପୁର SDPO ବିଭୁତି ଭୋଇ, ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବରଗଡ଼: ପେଟ୍ରୋଲ ପମ୍ପରେ ବୋମା ପକାଇବା ଘଟଣା । ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଗାଇସିଲେଟ ପୋଲିସ । ଏନେଇ ପଦ୍ମପୁର SDPO ବିଭୁତି ଭୋଇ, ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି ।

ପେଟ୍ରୋଲ ପମ୍ପରେ ବୋମା ପକାଇବା ଘଟଣା, ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର 29 ତାରିଖ ରାତ୍ରିରେ ଗାଇସିଲେଟ ସ୍ଥିତ ମାଁ ମେଟାକାନି ପେଟ୍ରୋଲ ପମ୍ପଠାରେ କେହି ଜଣେ ବ୍ୟକ୍ତି 3 ଗୋଟି ଜଳନ୍ତା ପେଟ୍ରୋଲ ବୋତଲ ଉକ୍ତ ପେଟ୍ରୋଲ ପମ୍ପକୁ ଫିଙ୍ଗି ଚାଲିଯାଇଥିଲା । ତେବେ ସେତେବେଳେ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ପେଟ୍ରୋଲ ପମ୍ପରେ ନିଆଁ ଲାଗିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ଏହି ଘଟଣାକୁ ନେଇ ଗାଇସିଲେଟ ଥାନାରେ ପେଟ୍ରୋଲ ପମ୍ପ ମାଲିକଙ୍କ ଅଭିଯୋଗ ପରେ ପୋଲିସର ଦୁଇ ଗୋଟି ଟିମ ଯାଞ୍ଚ ପ୍ରକ୍ରିୟାରେ ଲାଗି ପଡ଼ିଥିଲେ ଏବଂ ଦୀର୍ଘ 13 ଦିନ ପରେ ଗତକାଲି(ବୁଧବାର) ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ତେବେ ଅଭିଯୁକ୍ତ ଜଣକ ଗାଇସିଲେଟ ଥାନା ଅନ୍ତର୍ଗତ କଲଙ୍ଗାପାଲି ଗ୍ରାମର ଶୁକୃ ରଣାଙ୍କ 18 ବର୍ଷର ପୁଅ ଦୀପକ ରଣା ବୋଲି ଜଣାପଡ଼ିଛି। ପୋଲିସ ଦୀପକ ରଣାକୁ ଗିରଫ କରିବା ପରେ ଅଭିଯୁକ୍ତ ଜଣକ ନିଜ ଭୁଲ ସ୍ବୀକାର କରିଥିଲା । ଅଭିଯୁକ୍ତଠାରୁ ପୋଲିସ ପେଟ୍ରୋଲ ଲାଗିଥିବା ଗ୍ଲାସ ସହିତ ମାଇକ୍ରୋମାକ୍ସ ମୋବାଇଲ ଏବଂ 2 ଗୋଟି ସିମକୁ ଜବତ କରିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.