ଟୁକୁଲ୍ଲା ଗ୍ରାମବାସୀଙ୍କ ଚିନ୍ତା ବଢାଉଛି ବରଗଡ ମୁଖ୍ୟ ଚିକିତ୍ସାଳୟର ଆବର୍ଜନା

author img

By

Published : Sep 11, 2021, 11:32 AM IST

ଟୁକୁଲ୍ଲା ଗ୍ରାମବାସୀଙ୍କ ଚିନ୍ତା ବଢାଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆବର୍ଜନା

ଅସ୍ବାସ୍ଥ୍ୟକର ପରିବେଶରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଯୁଆଡେ ଦେଖିବେ କୁଢ କୁଢ ଗଦା ହୋଇଛି ଅଳିଆ ଆବର୍ଜନା । ଯାହାକୁ ନେଇ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ...

ବରଗଡ: ଅସ୍ବାସ୍ଥ୍ୟକର ପରିବେଶରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଯୁଆଡେ ଦେଖିବେ କୁଢ କୁଢ ଗଦା ହୋଇଛି ଅଳିଆ ଆବର୍ଜନା । ଏପରିକି କୋଭିଡ଼ ବର୍ଜ୍ୟବସ୍ତୁ ମଧ୍ୟ ହସ୍ପିଟାଲ ପାଚେରୀ ବାହାରକୁ ଫୋପାଡ଼ି ଦିଆଯାଇଛି । ହସ୍ପିଟାଲର ବର୍ଜ୍ୟବସ୍ତୁ ପରିଚାଳନା ନେଇ ଉପରେ ସରକାରଙ୍କ କଡ଼ାକଡ଼ି ନିୟମ ରହିଥିଲେ ମଧ୍ୟ ସରକାରୀ ଡାକ୍ତରଖାନା ପରିସରରେ ଆବର୍ଜନା ଏଣେ ତେଣେ ଫିଙ୍ଗାଯାଇଛି । ଯାହା ଆଖପାଖ ଗ୍ରାମବାସୀଙ୍କ ପାଇଁ ସମସ୍ୟା ପାଲଟିଛି ।

ଟୁକୁଲ୍ଲା ଗ୍ରାମବାସୀଙ୍କ ଚିନ୍ତା ବଢାଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆବର୍ଜନା

ମୁଖ୍ୟ ଚିକିତ୍ସାଳୟରୁ ବାହାରୁଥିବା ଆବର୍ଜନା ସବୁକୁ ଏକ ନିର୍ଦ୍ଧିଷ୍ଟ ଜାଗାରେ ନଷ୍ଟ କରିବା କଥା । କାରଣ ତାହା ବିଭିନ୍ନ ରୋଗୀ ମାନଙ୍କ ସଂସ୍ପର୍ଶରେ ଆସିଥାଏ । ଏଣୁ ସାଧାରଣ ଲୋକଙ୍କ ପାଇଁ ବିପଦ ପୂର୍ଣ ହୋଇପାରେ । କିନ୍ତୁ ଏଠାରେ ଚିକିତ୍ସାଳୟ ପାଚେରୀ ବାହାରକୁ ସବୁ ଫିଙ୍ଗା ଯାଇଛି । ଏପରିକି ଦୂଷିତ ପାଣି ଚିକତ୍ସାଲୟ ନର୍ଦ୍ଦମାରୁ ବାହାରି ଚାଷଜମି ଓ ଗ୍ରାମର ମୁଖ୍ୟ ପୋଖରୀରେ ଯାଇ ମିଶୁଛି । ଯାହା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ମେଡିକାଲରେ ଦୂଷିତ ଜଳ ପୋଖରୀରେ ମିଶିବା ଦ୍ବାରା ଗ୍ରାମବାସୀ ଏହାକୁ ବ୍ୟବହାର କରିପାରୁ ନାହାଁନ୍ତି ।

ଚିକିତ୍ସାଳୟ ପାଚେରୀକୁ ଲାଗିକି ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ରହିଛି । ଯାହା ଗାଁଲୋକେ କେବଳ ପିଇବା ପାଇଁ ବ୍ୟବହାର କରିଥାନ୍ତି । ଟାଙ୍କି ପାଣି ମେଡିକାଲରୁ ବାହାରୁ ଥିବା ପାଣି ସଂସ୍ପର୍ଶରେ ଆସି ଦୂଷିତ ହେବା ସୁନିଶ୍ଚିତ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଯାହାକୁ ନେଇ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବୁଦ୍ଧିଜୀବୀ ଚିକିତ୍ସାଳୟ ପରିସରକୁ ଆସି ଏଡିଏମଓଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କର ଦେଖା ମିଳି ନଥିଲା ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.