ଯୁବକଙ୍କୁ ତଣ୍ଟିକାଟି ହତ୍ୟା ଘଟଣା, 48 ଘଣ୍ଟା ଭିତରେ 2 ହତ୍ୟାକାରୀଙ୍କୁ ବାନ୍ଧିଲା ପୋଲିସ

author img

By

Published : Oct 2, 2021, 9:21 AM IST

ବରଗଡ଼ ଟାଉନ ପୋଲିସକୁ ସଫଳତା, ଯୁବକଙ୍କୁ ହତ୍ୟା ଘଟଣାରେ ୨ଜଣଙ୍କୁ ଗିରଫ କଲା ପୋଲିସ

ବରଗଡ଼ ଟାଉନ ଥାନା ପୋଲିସକୁ ସଫଳତା । ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ଅଧିକ ପଢନ୍ତୁ...

ବରଗଡ଼: ଜିଲ୍ଲାରେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । 48 ଘଣ୍ଟା ଭିତରେ ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଅପରାଧିଙ୍କୁ କାବୁ କଲା ବରଗଡ଼ ଟାଉନ ଥାନା ପୋଲିସ । ଗତ ୨୮ ତାରିଖ ରାତିରେ ଅତାବିରାର ଯୁବକ ଏମଡ଼ି କାସିମଙ୍କୁ ଅମ୍ବାପାଲି ବଞ୍ଜାରି ନାଳା ନିକଟ ପଡ଼ିଆରେ ଗଳା କାଟି ହତ୍ୟା କରାଯାଇଥିଲା । ଏନେଇ ଅଭିଯୋଗ ପରେ ଟାଉନ ଥାନା ପୋଲିସ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ କରି ଗତକାଲି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବରଗଡ଼ ଟାଉନ ପୋଲିସକୁ ସଫଳତା, ଯୁବକଙ୍କୁ ହତ୍ୟା ଘଟଣାରେ ୨ଜଣଙ୍କୁ ଗିରଫ କଲା ପୋଲିସ

ଗତକାଲି ବରଗଡ଼ ଏସଡ଼ିପିଓ ଅଫିସରେ ପୋଲିସ ବିଭାଗ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ନେଇ ସୂଚନା ଦିଆଯାଇଥିଲା । ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ବରଗଡ଼ 2 ନମ୍ବର ୱାର୍ଡ଼ PHD ପଡ଼ାର ଟଙ୍କ ବାଗ ଏବଂ ଅନ୍ୟ ଜଣକ ଧାଙ୍ଗେର ଗ୍ରାମର ନରେନ୍ଦ୍ର ଭୋସାଗର ହୋଇଥିବା ପୋଲିସ ସୂଚନା ଦେଇଥିଲା ।

ତେବେ ପୋଲିସ ହତ୍ୟାକାରୀଙ୍କ ଠାରୁ ଏକ ଛୁରୀ, ଟିଭିଏସ ଜୁପିଟର ଏବଂ ହତ୍ୟାକାଣ୍ଡ ସମୟରେ ହତ୍ୟାକାରୀ ପିନ୍ଧିଥିବା ରକ୍ତଭିଜା ପୋଷାକକୁ ପୋଲିସ ଜବତ କରିଛି। ତେବେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ହୋଇଥିବା ଗଣ୍ଡଗୋଳ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.