ବରଗଡ ପୋଲିସ ପଞ୍ଝାରେ ATM ଲୁଟେରା ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡ ଗିରଫ

author img

By

Published : Sep 16, 2021, 7:32 AM IST

ବରଗଡ ପୋଲିସ ପଞ୍ଝାରେ  ଏଟିଏମ ଲୁଟେରା ଗ୍ୟାଙ୍ଗ, ମାଷ୍ଟର ମାଇଣ୍ଡ ଗିରଫ

ବରଗଡ଼ରେ ଧରା ପଡ଼ିଲେ ଏଟିଏମ ଲୁଟେରା ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡକୁ କାବୁ କଲା ପୋଲିସ । ଅଧିକ ପଢନ୍ତୁ...

ବରଗଡ: ପୋଲିସ ପଞ୍ଝାରେ ଏଟିଏମ(ATM) ଲୁଟେରା ଗ୍ୟାଙ୍ଗ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଟିଏମରୁ ଲୁଟ କରୁଥିବା ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବରଗଡ ପୋଲିସ । ବରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଟିମ ଗଠନ କରାଯାଇ ଏହି ଲୁଟେରା ଗ୍ୟାଙ୍ଗର ୨ଜଣଙ୍କୁ କାବୁ କରିଛି ପୋଲିସ ।

ବରଗଡ ପୋଲିସ ପଞ୍ଝାରେ ଏଟିଏମ ଲୁଟେରା ଗ୍ୟାଙ୍ଗ, ମାଷ୍ଟର ମାଇଣ୍ଡ ଗିରଫ

ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଛତାପଥର ଛକ ନିକଟରେ ଏମାନଙ୍କୁ ପୋଲିସ କାବୁ କରିଥିଲା । ଏମାନଙ୍କ ଠାରୁ ୟୁପି ନମ୍ବର ଥିବା ଏକ କାର, ନଗଦ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ,3ଟି ମୋବାଇଲ ,ଗୋଟିଏ ଛୁରୀ ସହ ଏଟିଏମରୁ ଚୋରି କରିବାର ବିଭିନ୍ନ ସାମଗ୍ରୀ ପୋଲିସ ଦ୍ଵାରା ଜବତ କରାଯାଇଛି । ତେବେ ବରଗଡ଼ ଜିଲ୍ଲା ବରପାଲି ଥାନାରେ ଏମାନଙ୍କ ନାଁରେ ଏକ ମାମଲା ଥିବା ବେଳେ ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଧରାପଡ଼ିଥିବା ସହ ଆହୁରି ଏହାର ଚେର କେତେ ଦୂର ଲମ୍ବିଛି ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.