ନଭେମ୍ବର ୧୧ରେ ବରଗଡରେ ଗର୍ଜିବେ ଚାଷୀ

author img

By

Published : Oct 6, 2021, 7:01 AM IST

bargarh farmer protest in november 11 for fulfil of different demand

ବରଗଡରେ ନଭେମ୍ବର 11 ତାରିଖରେ ବିରାଟ ଆନ୍ଦୋଳନ କରିବ ଚାଷୀ ସଙ୍ଗଠନ ସମନ୍ବୟ ସମିତି । ଅଧିକ ପଢନ୍ତୁ...

ବରଗଡ: ଜିଲ୍ଲାରେ ମରୁଡ଼ି ସ୍ଥିତି ଏବଂ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାରେ ପୁଣି ବ୍ୟାପକ ଆନ୍ଦୋଳନର ମୁଣ୍ଡ ଟେକିଲାଣି | ଚାଷୀ ସଙ୍ଗଠନ ସମନ୍ବୟ ସମିତି ପକ୍ଷରୁ ଆଜି ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ବିଳନୀ କରିଛନ୍ତି । ନଭେମ୍ବର ୧୧ରେ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୂଚନା ଦିଆଯାଇଛି | 12 ଦଫା ଦାବି ନେଇ ଚାଷୀ ସଙ୍ଗଠନ ସମନ୍ବୟ ସମିତି ଜିଲ୍ଲାପାଳଙ୍କୁ ଘେରିବେ ବୋଲି ଏହି ସମ୍ବିଳନୀରେ ସୂଚନା ଦିଆଯାଇଥିଲା |

ନଭେମ୍ବର ୧୧ରେ ବରଗଡରେ ଗର୍ଜିବେ ଚାଷୀ

ଚଳିତ ଖରିଫ ଋତୁରେ ବିଳମ୍ବରେ ବର୍ଷା କାରଣରୁ ବରଗଡ ଜିଲ୍ଲାର ବହୁ ଅଞ୍ଚଳରେ ମରୁଡ଼ି ସମସ୍ୟା ଦେଖାଦେଇଛି | ଅନ୍ୟପଟେ ଗତ ରବି ଋତୁରେ ଅନେକ ଚାଷୀ ତାଙ୍କ ଅର୍ଜିତ ଧାନ ବିକ୍ରି କରିନପାରି ଆଜି ମଧ୍ୟ ଧାନ ସବୁ ଚାଷୀର ଘରେ ପଡିରହିଛି | ତେବେ ଚଳିତ ବର୍ଷ ସମ୍ପୂର୍ଣ ଧାନ ସଂଗ୍ରହ ବ୍ୟବସ୍ଥା କରାଯିବା ସହିତ ଅଣଜଳସେଚିତ ଅଞ୍ଚଳକୁ ମରୁଡ଼ି ଘୋଷଣା କରାଯାଉ ।

କୃଷିଋଣ ଛାଡ , ଫସଲ ବୀମା ସମସ୍ୟା ଦୂର କରିବା, ଇନପୁଟ ସବସିଟି ପ୍ରଦାନ କରାଯିବା ଆଦି ମୁଖ୍ୟ ଦାବି ସହିତ 12 ଦଫା ଦାବି ନେଇ ଆସନ୍ତା 11 ତାରିଖରେ ବିରାଟ ଚାଷୀ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଙ୍ଗଠନ ସମନ୍ମୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି |

ବରଗଡରୁ ରାଜେସ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.