ବରଗଡ ହାଜତ ମୃତ୍ୟୁ ଘଟଣା, ଏସପି ଅଫିସ୍ ସାମ୍ନାରେ ଧାରଣା ଦେଲା ବରଗଡ଼ BJP

author img

By

Published : Sep 28, 2021, 6:14 AM IST

ଗୋବିନ୍ଦ କୁମ୍ଭାର ପାଇଁ SP ଅଫିସ୍ ସମ୍ମୁଖରେ ଧାରଣା ଦେଲା ବରଗଡ଼ ବିଜେପି

ଟାଉନ ହେପାଜତରେ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦ କୁମ୍ଭାରଙ୍କ ପରିବାରକୁ ଉଚିତ ନ୍ୟାୟ ଦାବି କରି ବରଗଡ଼ ବିଜେପି ପକ୍ଷରୁ ଆଜି(ସୋମବାର) ଏସ୍‌ପି ଅଫିସ ସାମ୍ନାରେ ଧାରଣା ଦିଆଯାଇଥିଲା । ଅଧିକ ପଢ଼ନ୍ତୁ...

ବରଗଡ଼: ଟାଉନ ହେପାଜତରେ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦ କୁମ୍ଭାରଙ୍କ ପରିବାରକୁ ଉଚିତ ନ୍ୟାୟ ଦାବି କରି ବରଗଡ଼ ବିଜେପି ପକ୍ଷରୁ ଆଜି(ସୋମବାର) ଏସ୍‌ପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଗତ 24 ତାରିଖ ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ଗୋବିନ୍ଦ କୁମ୍ଭାରଙ୍କୁ ବରଗଡ଼ ଟାଉନ ଥାନା ପୋଲିସ କର୍ମଚାରୀମାନେ ଘରୁ ଉଠାଇ ଆଣିଥିଲେ । ସକାଳ 6 ଟାରେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କୁହାଯାଇଥିଲା ।

ଗୋବିନ୍ଦ କୁମ୍ଭାର ପାଇଁ SP ଅଫିସ୍ ସମ୍ମୁଖରେ ଧାରଣା ଦେଲା ବରଗଡ଼ ବିଜେପି

ତେବେ ପୋଲିସ ଗୋବିନ୍ଦଙ୍କୁ ଘରୁ ଉଠାଇ ନେଇ ହତ୍ୟା କରାଯାଇଥିବା ଅଭିଯୋଗ କରି ବ୍ୟାପକ ଆନ୍ଦୋଳନ କରିଥିଲେ ତୋରା ଗ୍ରାମବାସୀ । ଗୋବିନ୍ଦଙ୍କ ମୃତଦେହ ଏସପି ଅଫିସକୁ ନିଆଯାଉଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ପକ୍ଷରୁ ଲାଠି ଚାର୍ଜ ମଧ୍ୟ କରାଯାଇଥିଲା । ପୋଲିସ ବିରୋଧରେ ଟାଉନ ଥାନାରେ ଦିଆଯାଇଥିବା ଅଭିଯୋଗର ଏପର୍ଯ୍ୟନ୍ତ FIR ହୋଇନଥିବା ଅଭିଯୋଗ ହୋଇଛି । ଏହି ମାମଲାରେ କୌଣସି ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇନାହିଁ । ଏହକୁ ବିରୋଧ କରି ଆଜି(ସୋମବାର) ବିଜେପି ପକ୍ଷରୁ SP ଅଫିସ ଘେରାଉ କରିବା ସହ ଧାରଣା ଦିଆଯାଇଥିଲା ।

ଗୋବିନ୍ଦ କୁମ୍ଭାରଙ୍କ ପୋଲିସ ହେପାଜତରେ ହୋଇଥିବାରୁ ମରିଥିବା କାରଣରୁ ରାଜ୍ୟ ସରକାର ତୁରନ୍ତ ଏହାକୁ ହାଜତ ମୃତ୍ୟୁ ଘୋଷଣା କରନ୍ତୁ । ଜିଲ୍ଲାରେ ବହୁ ବର୍ଷ ଧରି ରହିଆସିଥିବା ପୋଲିସ ଅଧିକାରୀଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଉ ଓ ତା ସହିତ ମୃତ୍ୟୁ ଦିନର CCTV ଫୁଟେଜକୁ ସାର୍ବଜନୀନ କରାଯାଉ, ସରକାର ତୁରନ୍ତ ଏହାର CBI ତଦନ୍ତ ପାଇଁ ଆଦେଶ ଦିଅନ୍ତୁ ଓ ପ୍ରକୃତ ଦୋଷୀକୁ ଉଚିତ ଦଣ୍ଡ ପାଇଁ ବିହିତ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛି ବିଜେପି ।

ଏହାସହ ଗୋବିନ୍ଦଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦିଆଯାଉ ଓ ଗୋବିନ୍ଦଙ୍କ ଛୋଟଛୋଟ ଦୁଇ କୋମଳମତି ଶିଶୁ ଅଛନ୍ତି ସେମାନଙ୍କ ପାଠପଢାର ସମସ୍ତ ଖର୍ଚ୍ଚ ପୋଲିସ ପ୍ରଶାସନ ବହନ କରୁ । ଯଦି ଏସବୁ ଦାବି ଗୁଡ଼ିକୁ କାର୍ଯ୍ୟକାରୀ ନକରାଗଲେ ଆଗାମୀ ଦିନରେ ପରିଣାମ ଭୟାବହ ହେବ । ବରଗଡ଼ ବିଜେପି ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ଦଳ ଚେତାବନୀ ଦେଇଛି ।

ବରଗଡ଼ରୁ ରାଜେଶ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.