ଆଜି କଂସ ବଦ୍ଧ, ଶେଷ ହେବ ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

author img

By

Published : Jan 6, 2023, 8:24 PM IST

world famous dhanu yatra

ଆଜି (ଶୁକ୍ରବାର) ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ବଳରାମ ମଥୁରାର ଭ୍ରମଣ କରି ମହାରାଜା କଂସଙ୍କ ଧନୁଯାତ୍ରାକୁ ପହଞ୍ଚିବେ । ଶେଷରେ କୃଷ୍ଣ ବଳରାମ ଅଷ୍ଟମଲ୍ଲଙ୍କ ସହ ମହାରାଜା କଂସକୁ ବଦ୍ଧ କରି ମଥୁରାବାସୀଙ୍କୁ କଂସର ଅତ୍ୟାଚାରରୁ ମୁକ୍ତ କରାଇବେ । ଅଧିକ ପଢନ୍ତୁ

world famous dhanu yatra

ବରଗଡ: କଂସ ବଦ୍ଧ ସହ ଆଜି ସମାପ୍ତ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗତ ଡିସେମ୍ବର 27 ତାରିଖ 2022 ରେ ଆରମ୍ଭ ହୋଇଥିବା ଏହି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆଜି ଜାନୁୟାରୀ 6 ତାରିଖ 2023 ରେ ଶେଷ ହେବାକୁ ଯାଉଛି । କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଏହି ଧନୁଯାତ୍ରା ସଂପୂର୍ଣ୍ଣ ବନ୍ଦ ରହିଥିଲା । ତେବେ କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ପୁଣି ଆରମ୍ଭ ହୋଇଥିଲା ଏହି ଯାତ୍ରା । ଦୀର୍ଘ 75 ବର୍ଷ ଧରି ଚାଲିଥିବା ଏହି ଧନୁଯାତ୍ରାରେ ଚଳିତ ବର୍ଷ ଜନ ସାମଗମ ରେକର୍ଡ ସୃଷ୍ଟି କରିଛି ।

ପ୍ରେମ, ଭକ୍ତି , ବିରହ, ଅନ୍ୟାୟ , ଅନିତି ଓ ଅତ୍ୟାଚାରକୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦୀର୍ଘ ୧୧ ଦିନ ଧରି ଚାଲିଥିଲା । ଏହା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ଜୟ ବାର୍ତ୍ତା ନେଇ ଆଜି ସମାପ୍ତ ହେବାକୁ ଯାଉଛି ବରଗଡ ଧନୁଯାତ୍ରା । 11 ଦିନର ଧରି କଂସ ଶାଶନ ଚାଲିଥିବା ଏବଂ ମଥୁରା ନଗରୀ ପାଲଟିଥିବା ବରଗଡ ସହର ପୁଣି ଆସନ୍ତାକାଲି ସେହି ବରଗଡର ରୂପ ନେବ ଏବଂ ପୁଣି ଏଠାରେ ପୂର୍ବପରି ଜିଲ୍ଲାପାଳଙ୍କ ଶାସନ ଚାଲିବ ।

ଅନ୍ୟପଟେ ଆଜି ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ବଳରାମ ମଥୁରାର ଭ୍ରମଣ କରି ମହାରାଜା କଂସ ଙ୍କ ଧନୁଯାତ୍ରା କୁ ପହଞ୍ଚିବେ। ଏଥିସହ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାର ର ସମସ୍ତ ଦ୍ୱାରରେ ନିୟୋଜିତ ଥିବା ବଡ ବଡ ଯୋଦ୍ଧା ଙ୍କ ସହିତ ଲଢେଇ କରି କୁବଳୟା ହସ୍ତୀ ସହିତ ଗୋଟେ ପରେ ଗୋଟେ ସମସ୍ତ ଯୋଦ୍ଧା ଙ୍କୁ ବଦ୍ଧ କରିବେ କୃଷ୍ଣ ବଳରାମ ଦୁଇଭାଇ ।

ଏହା ମଧ୍ୟ ପଢନ୍ତୁ-ଗୋପପୁର ଛାଡି ମଥୁରା ଚାଲିଗଲେ ବେନି ଭାଇ, କଳାକାହ୍ନୁକୁ ଝୁରୁଛି ଗୋପପୁର

ଶେଷରେ କୃଷ୍ଣ ବଳରାମ ଅଷ୍ଟମଲ୍ଲଙ୍କ ସହ ମହାରାଜା କଂସ କୁ ବଧ କରି ମଥୁରାବାସୀ ଙ୍କୁ କଂସ ର ଅତ୍ୟାଚାରରୁ ମୁକ୍ତ କରାଇବେ । ଏହାପରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଥୁରା କାରାଗୃହକୁ ଯାଇ ଦେବକୀ ଓ ବାସୁଦେବଙ୍କୁ ମୁକ୍ତ କରି ମହାରାଜା ଉଗ୍ରସେନ ଙ୍କ ରାଜ୍ୟାଭିଷେକ କରାଇବେ | ତେବେ ଦୀର୍ଘ ୧୧ ଦିନ ଧରି ଚାଲିଥିବା ଏହି ଧନୁଯାତ୍ରା ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ ରେ ସମସ୍ତେ ଜଣେ ଜଣେ କଳାକାର , ଅନ୍ତିମ ଦିବସରେ କୃଷ୍ଣ କଂସଙ୍କୁ ବଧ କଲା ପରେ ମଥୁରା ବାସୀ ରୂପୀ କଳାକାର ରୁ ମୁକ୍ତ ହୋଇ ହୋଇଯିବେ ବରଗଡ ବାସୀ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.