Odia Mountaineer Lipika Seth: ହାରିଲା ବାଧାବିଘ୍ନ, ବିଦେଶୀ ପାହାଡ ଚଢି ଇତିହାସ ରଚିଲେ ଲିପିକା

author img

By

Published : Dec 7, 2021, 8:29 PM IST

Updated : Dec 7, 2021, 9:11 PM IST

ମହିଳା ପର୍ବତାରୋହି ଲିପିକା ସେଠ

ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଛୋଟିଆ ଡାଲବ ଗାଁର ଝିଅ ଲିପିକା ସେଠ (Odia mountaineer Lipika Seth ) । ମଧ୍ୟବିତ ପରିବାରରେ ଜନ୍ମ ହେଲେ ସ୍ବପ୍ନ ସାକାର କରିବାରେ କେବେ ବି କଣ୍ଟା ହୋଇନି ଆର୍ଥିକ ପରିସ୍ଥିତି । ଦୃଢ ମନୋବଳ ସହ ସ୍ବପ୍ନକୁ ସାକାର କରିବା ପାଇଁ ମାଡି ଚାଲିଥିଲେ ଆଗକୁ ଆଗକୁ । ଅଧିକ ପଢନ୍ତୁ

ବରଗଡ଼: ଜିଲ୍ଲା ଭେଡେନ ବ୍ଲକ ଛୋଟିଆ ଡାଲବ ଗାଁର ଝିଅ ଲିପିକା ସେଠ (Baragarh girl lipika seth of Dalab village ) । ମଧ୍ୟବିତ ପରିବାରରେ ଜନ୍ମ ହେଲେ ସ୍ବପ୍ନ ସାକାର କରିବାରେ କେବେ ବି କଣ୍ଟା ହୋଇନି ଆର୍ଥିକ ପରିସ୍ଥିତି । ଦୃଢ ମନୋବଳ ସହ ସ୍ବପ୍ନକୁ ସାକାର କରିବା ପାଇଁ ମାଡି ଚାଲିଥିଲେ ଆଗକୁ ଆଗକୁ । କଥାରେ ଅଛି ଦୃଢ଼ ଇଛାଶକ୍ତି ଆଗରେ ସମସ୍ତ ବାଧା, ବିପତ୍ତି ହାର ମାନିଥାଏ । ଦୃଢ଼ ଇଛାଶକ୍ତି ରଖୁଥିବା ମଣିଷ ହିଁ ଜୀବନ ସଫଳତାର ଶୀର୍ଷ ଛୁଇଁପାରେ । ଯାହାକୁ ପ୍ରମାଣିତ କରିଛନ୍ତି ଲିପିକା । ଆନ୍ତର୍ଜାତୀୟ ପର୍ବତାରୋହୀ ହୋଇ ଦେଶ ତଥା ବିଦେଶର ବଡ଼ ବଡ଼ ପର୍ବତ ଚଢି ନାଁ କରିଛନ୍ତି ଲିପିକା ( International mountaineer lipika sets record of climbing big mountain) ।

ବିଦେଶୀ ପାହାଡ ଚଢି ଇତିହାସ ରଚିଛନ୍ତି ବରଗଡ ଝିଅ ଲିପିକା ସେଠ

ଲିପିକାଙ୍କ ବାପା ଜଣେ କୃଷକ । ହେଲେ ପିଲାଙ୍କ ସ୍ବପ୍ନକୁ ସେ ଯଥେଷ୍ଟ ସମ୍ମାନ ଦେଇଛନ୍ତି ଯାହା ଲିପିକାଙ୍କୁ ସାହାଯ୍ୟ କରିଛି । ଗ୍ରାଜୁଏସନ ପରେ ପାହାଡ ଚଢିବାକୁ ପ୍ରସ୍ତିତି ଆରମ୍ଭ କରନ୍ତି ଲିପିକା । ଇଉରୋପ ମହାଦେଶର ମାଉଣ୍ଟ ଏଲବୁର୍ସ (Odisha Mountaineer Lipika Seth scales Mount Elbrus) ,ଦକ୍ଷିଣ ଆଫ୍ରିକାର କିଳିମାନଜେରୋ ଆଦି ସର୍ବୋଚ୍ଚ ଗିରିଶୃଙ୍ଗର ଶୀର୍ଷ ଚଢି ଭାରତ ମାତାର ଜୟଗାନ କରିବା ସହ ତ୍ରିରଙ୍ଗା ଉଡ଼ାଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଘଞ୍ଚ ଜଙ୍ଗଲରେ ନିଜ ବାସ୍ନାରେ ମୁଗ୍ଧ କରି ଦେଉଥିବା ବଣମଲ୍ଲୀ ପରି ବରଗଡ଼ର ବଣମଲ୍ଲି ପାଲଟିଛନ୍ତି ବରଗଡ ଝିଅ ଲିପିକା ସେଠ ।

ପଲ୍ଲୀ ଭୁଇଁରୁ ଆକାଶ ଛୁଇଁବାର ନିଆରା ସ୍ବପ୍ନ ତାଙ୍କୁ ଆଜି ସ୍ୱତନ୍ତ୍ର କରିପାରିଛି । ଅନେକ ଘାତ, ପ୍ରତିଘାତ ସତ୍ତ୍ୱେ ଝିଅଟିଏ ହୋଇ ବି ଗିରିଶୃଙ୍ଗ ଗୁଡିକର ଶିଖର ଚଢ଼ିବାର ସାହାସିକତା ଦେଖାଇବା ସହ କମ ତାପମାତ୍ରାରେ ମଧ୍ୟ ବରଫଘେରା ପାହାଡ଼ ଏହି ଝିଅ ପାଇଁ ଖୁବ କଷ୍ଟକର ହୋଇଥିଲେ ସୁଦ୍ଧା ଆଜି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବାର ନିଆରା ଉଦ୍ୟମ ତାଙ୍କୁ ଭାରତ ମାତାର ସୁକନ୍ୟା କରି ଗଢ଼ି ତୋଳିଛି । ଗୋଟିଏ କି ଦୁଇଟା ନୁହେଁ ଦେଶର କାଶ୍ମୀରର ମାଉଣ୍ଟ ଟୁଳିଆନଲେକ ଓ ମାଉଣ୍ଟ କୋହଲାଇ ,ପଶ୍ଚିମବଙ୍ଗ ଦାର୍ଜିଲିଂର ମାଉଣ୍ଟ ସନ୍ଧକଫୁ ,ଉତ୍ତରାଖଣ୍ଡର ମାଉଣ୍ଟ ରୁଦୁଗେରା ଓ ମାଉଣ୍ଟ ଦରବା ପ୍ରମୁଖ ଗିରିଶୃଙ୍ଗର ଶୀର୍ଷକୁ ଚଢ଼ିଛନ୍ତି ଲିପିକା ।

ଅନ୍ୟପଟେ ବିଦେଶ ମାଟିର ସର୍ବୋଚ୍ଚ ପର୍ବତ ଗୁଡିକରେ ମଧ୍ୟ ଭାରତ ମାତାର ସୁଯୋଗ୍ୟ ଝିଅ ହିସାବରେ ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆର ମାଉଣ୍ଟ କିଲିମାନଜାରୋ ଚଢିବା ସହ ଇଉରୋପ ମହାଦେଶ ଋଷିଆର ସର୍ବୋଚ୍ଚ ମାଉଣ୍ଟ ଏଲବୃସକୁ (Odia mountaineer Lipika Seth scaled Russia’s Mount Elbrus) ଚଢ଼ି ଭାରତୀୟ ଜାତୀୟ ତ୍ରିରଙ୍ଗା ପତାକାକୁ ଉଡ଼ାଇ ଦେଶ ତଥା ଓଡ଼ିଶା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଆଗକୁ ଆହୁରି ପର୍ବତ ଚଢିବାକୁ ଲକ୍ଷ୍ୟ ରଖିଛନ୍ତି ସେ ।

ପୃଥିବୀର ସର୍ବୋଚ୍ଚ ମାଉଣ୍ଟ ଏଭେରେଷ୍ଟ ଚଢ଼ି ଏକ ସଫଳ ପର୍ବତାରୋହୀ ହେବାର ନିଆରା ଲକ୍ଷ୍ୟ ତାଙ୍କୁ ସ୍ୱତନ୍ତ୍ର କରିପାରିଛି (Mountaineer Lipika Seth) । ଖେଳ ଜଗତକୁ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ସହଯୋଗ କରୁଛନ୍ତି । ଲିପିକାଙ୍କୁ ପ୍ରୋତ୍ସାହନ ମିଳିଲେ ସେ ଆହୁରି ଆଗକୁ ଯାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିବେ ବୋଲି ଅଞ୍ଚଳବାସୀ ଆଶା କରିଛନ୍ତି ।

ବରଗଡରୁ ରାଜେଶ ସରାଫ,ଇଟିଭି ଭାରତ

Last Updated :Dec 7, 2021, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.