ଆତଙ୍କରେ ବନ୍ୟା ପ୍ରଭାବିତ, ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଲା ପ୍ରଶାସନ

author img

By

Published : Sep 18, 2021, 3:38 PM IST

ଭୟରେ ବନ୍ୟା ପ୍ରଭାବିତ, ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଲା ପ୍ରଶାସନ

ମହାନଦୀରେ ବନ୍ୟା ଆଶଙ୍କା ଟଳି ଯାଇଥିଲେ ମଧ୍ୟ ତଳିଆ ଅଞ୍ଚଳବାସୀଙ୍କ ବିପଦ ଟଳିନାହିଁ । ବରଗଡ ଜିଲ୍ଲାର ବିଭିନ୍ନ ତଳିଆ ଗାଁକୁ ପାଣି ମାଡି ଯାଇଥିବାରୁ ଲୋକେ ପ୍ରବଳ ହନ୍ତସନ୍ତ ହେଉଛନ୍ତି । ଅଧିକ ପଢନ୍ତୁ...

ବରଗଡ: ଜିଲ୍ଲାର ଅମ୍ବାଭୋନା ବ୍ଲକ ମହାନଦୀ କୂଳିଆ ଗାଁ ଚିଖିଲି, ଅନ୍ତରାଡି, ବେନିଆପାଲୀ, ଘୁଘୁରାପାଲୀ ଓ ବଡମାଲରେ ପଶିଲା ବନ୍ୟାପାଣି । ଉଦ୍ଧାର କାର୍ଯ୍ୟପାଇଁ ଜିଲ୍ଲା ପ୍ରଶାସନ ପଠାଇଲା ଟିମ୍ । ଚିଖିଲି ଗାଁରୁ ବୃଦ୍ଧ ଓ ଶିଶୁମାନଙ୍କୁ ନିକଟସ୍ଥ ଗାଁର ସ୍କୁଲରେ କରାଯାଇଥିବା ଆସ୍ଥାୟୀ ରିଲିଫ କ୍ୟାମ୍ପକୁ ଆଣିଛି ଉଦ୍ଧାରକାରୀ ଦଳ ।

ଅନ୍ୟପଟେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନିର୍ଦ୍ଦେଶରେ ଏକ ଦଳ ଚିଖିଲି ଗ୍ରାମକୁ ଆସି ଲୋକଙ୍କୁ ଗ୍ରାମ ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ବୁଝାସୁଝା କରିଛନ୍ତି ।

ଭୟରେ ବନ୍ୟା ପ୍ରଭାବିତ, ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଲା ପ୍ରଶାସନ

ଛତିଶଗଡରେ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିବା ସାଙ୍ଗେ ସାଙ୍ଗେ ହୀରାକୁଦ ନଦୀବନ୍ଧର ପଛୁଆ ପାଣିରେ ଏହି ଗ୍ରାମଗୁଡିକ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ପ୍ରଶାସନ ତରଫରୁ ଲୋକମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରାଯାଇ ଥିବାବେଳେ ଗାଁକୁ ଯାଇ ଜନ ସାଧାରଣଙ୍କୁ ସଚେତନ କରିବା ସହିତ ସୁରକ୍ଷିତ ଭାବେ ବନ୍ୟା ଆଶ୍ରୟସ୍ଥଳକୁ ଆଣୁଛନ୍ତି । ଚିଖିଲି ଗ୍ରାମର ବହୁ ଚାଷ ବିଲରେ ପାଣି ମାଡିଯାଇଥିବାରୁ ଚାଷୀ ମଧ୍ୟ ଚିନ୍ତାରେ ପଡିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.