Ashwini Vaishnaw Letter: ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ

author img

By

Published : Nov 21, 2022, 6:35 PM IST

Ashwini Vaishnaw Letter

ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ତୁରନ୍ତ ଉତ୍ତର ଦେଇ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଚିଠି ଲେଖି କହିଛନ୍ତି ପଦ୍ମପୁର ଦେଇ ବରଗଡ ରୋଡ ନୂଆପଡା (Bargarh Road Nuapada New Rail Line Project) ମଧ୍ୟରେ ନୂତନ ରେଳ ଲାଇନକୁ ଓଡିଶା ରେଳ ଭିତ୍ତିଭୂମି ବିକାଶ ମିଲିଟେଡ (ORIDL) କୁ ଏହି ପ୍ରକଳ୍ପର ଦାୟିତ୍ବ ଦିଆଯାଇଛି । ଆପଣ ଜାଣନ୍ତି ‘ଓଡିଶା ରେଳ ଭିତ୍ତିଭୂମି ବିକାଶ ମିଲିଟେଡ’ (ORIDL) ଓଡିଶା ସରକାରଙ୍କ ଦ୍ବାରା ନିୟନ୍ତ୍ରିତ । ଅଧିକ ପଢନ୍ତୁ

ଭୁବନେଶ୍ବର: ପଦ୍ମପୁର ଦେଇ ବରଗଡ ନୂଆପଡା ମଧ୍ୟରେ ନୂତନ ରେଳ ଲାଇନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦିଅନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradha) ଦେଇଥିବା ପ୍ରତିଶୃତି ପୂରଣ କରନ୍ତୁ । ଏହି ରେଳ ଲାଇନ ପାଇଁ 2018ରୁ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କ ନିଟକରେ ଦାବି କରିଆସୁଛନ୍ତି । ତେଣୁ ତୁରନ୍ତ ଏହି ନୂଆ ଲାଇନକୁ ମଞ୍ଜୁରୀ ଦିଆଯାଉ ।

ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ
ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ, ଗତକାଲି ଏହି ଦାବି ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Union Railway Minister Ashwini Vaishnaw) ଙ୍କୁ ଚିଠି ଲେଖି ଦାବି କରିଥିଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ (Commerce & Transport Minister Tukuni Sahu ) ।

ଏହାବି ପଢନ୍ତୁ- ଆରମ୍ଭ ହୋଇପାରୁନି ବରଗଡ଼-ନୂଆପଡା ରେଳ ପ୍ରକଳ୍ପ କାର୍ଯ୍ୟ, କେନ୍ଦ୍ରକୁ ବିଜେଡିିର ଟାର୍ଗେଟ

ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ
ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ

ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ତୁରନ୍ତ ଉତ୍ତର ଦେଇ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଚିଠି ଲେଖି କହିଛନ୍ତି ପଦ୍ମପୁର ଦେଇ ବରଗଡ ରୋଡ ନୂଆପଡା (Bargarh Road Nuapada New Rail Line Project) ମଧ୍ୟରେ ନୂତନ ରେଳ ଲାଇନକୁ ଓଡିଶା ରେଳ ଭିତ୍ତିଭୂମି ବିକାଶ ମିଲିଟେଡ (ORIDL) କୁ ଏହି ପ୍ରକଳ୍ପର ଦାୟିତ୍ବ ଦିଆଯାଇଛି । ଆପଣ ଜାଣନ୍ତି ‘ଓଡିଶା ରେଳ ଭିତ୍ତିଭୂମି ବିକାଶ ମିଲିଟେଡ’ (ORIDL) ଓଡିଶା ସରକାରଙ୍କ ଦ୍ବାରା ନିୟନ୍ତ୍ରିତ । ଭାରତ ସରକାର 31.12.2021 ରେ ଓଡିଶା ରେଳ ଭିତ୍ତିଭୂମି ବିକାଶ ମିଲିଟେଡକୁ ରେଳ ମନ୍ତ୍ରଣାଳୟର ଚିଠି ନଂ 2019/ଜେଭି ସେଲ/ ଓଡିଶା ବରଗଡ ରୋଡ- ନୂଆପଡା ରୋଡ ଦ୍ବାରା ଇନ-ପ୍ରିନ୍ଲିପାଲ ଅନୁମୋଦନ (ଆଇପିଏ) ପଠାଇଛନ୍ତି । ଏହି ପ୍ରକଳ୍ପକୁ ଆଗକୁ ନେବା ପାଇଁ ଓଡିଶା ସରକାର (ORIDL) କୁ ବର୍ତ୍ତମାନ ସର୍ଭେ, ଯୋଜନା ଏବଂ ଆକଳନ ତଥା ଜମି ଅଧିଗ୍ରହଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ପଡିବ ।

ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ
ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ

ସର୍ଭେ ଏବଂ ଜମି ଅଧିଗ୍ରହଣ ସହ ଜଡିତ କାର୍ଯ୍ୟକୁ ତରାନ୍ବିତ କରିବା ପାଇଁ ରେଳମନ୍ତ୍ରଣାଳୟ ଓଡିଶା ସରକାରଙ୍କୁ ଅନୁରୋଧ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ଓଡିଶାରେ ରେଳ ବିକାଶ ପାଇଁ 9 ହଜାର 734 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । 38 ଟି ଷ୍ଟେସନର ଆଧୁନୀକରଣ ମଧ୍ୟ ହେଉଛି । ଏପରି ସ୍ଥିତିରେ ଓଡିଶାର ବିକାଶ ପାଇଁ ଆପଣ ଭାରତ ସରକାରଙ୍କୁ ସମର୍ଥନ କରନ୍ତୁ ବୋଲି ଅଶ୍ବିନୀ ଉଲ୍ଲେଖ କରିଛନ୍ତି । ଯାହା ରାଜ୍ୟ ପରିବାହନ ମନ୍ତ୍ରୀଙ୍କ ଅସଲ ମୁଖା ଖୋଲିଯାଇଛି ।

ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ
ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ

ଏହାବି ପଢନ୍ତୁ- Assembly Winter Session: ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ଶୀତ ଅଧିବେଶନ

କାରଣ ଏହି ରେଳ ଲାଇନ (Bargarh Road Nuapada New Rail Line Project) କୁ କେନ୍ଦ୍ର ସରକାର ପୂର୍ବରୁ ମଞ୍ଜୁରୀ ଦେଇସାରିଛନ୍ତି । ଯାହାର ପ୍ରମାଣ ହେଉଛି ଏହି ଚିଠି । ବାସ୍ତବରେ ପ୍ରସ୍ତାବିତ ବରଗଡ ନୂଆପଡା ମଧ୍ୟରେ ନୂତନ ରେଳ ଲାଇନ ଗତ 5 ଅଗଷ୍ଟ 2021 ରେ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବରଗଡ ସାଂସଦ ସୁରେଶ ପୂଜାରୀ (Suresh Pujari Member of Parliament Bargarh) । ସୁରେଶଙ୍କୁ ଗତ 3 ଜାନୁୟାରୀ 2022 ରେ ଚିଠିର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ବରଗଡ ରୋଡ- ନୂଆପଡା ନୂତନ ରେଳ ଲାଇନକୁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ମିଳିଛି । ଏଥିପାଇଁ ପ୍ରାଥମିକ ସର୍ଭେ ମଧ୍ୟ ମନ୍ତ୍ରଣାଳୟ କରିଥିଲା । ଏହି ନୂତନ ରେଳ ଲାଇନ 142 କିଲୋମିଟର ହେବାକୁ ଥିବା ବେଳେ, ମୋଟି 14 ଟି ଷ୍ଟେସନ ରହିବ ବୋଲି ରେଳମନ୍ତ୍ରୀ ଚିଠିରେ ଦର୍ଶାଇଥିଲେ । ପ୍ରକଳ୍ପ ପାଇଁ ଏବେ କେବଳ ଜମିର ଆବଶ୍ୟକତା ରହିଛି।

ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ
ବରଗଡ ରୋଡ ନୂଆପଡା ରେଳ ଲାଇନ ପାଇଁ ରାଜ୍ୟ ସରକାର ଜମି ଦିଅନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ

କିନ୍ତୁ ଏହା ଜାଣି ସୁଦ୍ଧା ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ କେଉଁ ଉଦ୍ଦେଶ୍ୟରେ ଏହି ରେଳ ଲାଇନକୁ ଅନୁମୋଦନ ଦେବା ପାଇଁ ଚିଠି ଲେଖିଲେ ତାହାକୁ ନେଇ ସନ୍ଦେହ ଉପୁଜିଛି । ପଦ୍ମପୁର ଉପନିର୍ବାଚନ ଚାଲୁଥିବାରୁ କୌଣସି ରାଜନୈତିକ ସ୍ବାର୍ଥ ହାସଲ ଉଦ୍ଦେଶ୍ୟରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ଚିଠି ଲେଖି ନାହାଁନ୍ତି ତ ?

ଏହାବି ପଢନ୍ତୁ- ରାଇଗୋଡା ଗାଁ ସ୍ଥାନାନ୍ତରକୁ ପୁରିଲା 5 ବର୍ଷ, ବିସ୍ଥାପିତଙ୍କୁ ମିଳୁନାହିଁ ମୌଳିକ ସୁବିଧା

ସୂଚନାଯୋଗ୍ୟ ଯେ, ଏହି ରେଳଲାଇନ ନିର୍ମାଣ ପାଇଁ ବିଭିନ୍ନ ସମୟରେ ବରଗଡ ନୂଆପଡା ଜିଲ୍ଲା ବାସୀଙ୍କ ପକ୍ଷରୁ ଦାବି ହେଉଥିଲା । ଗତ ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାଧାରଣ ସଭାରେ ଏହି ରେଳ ଲାଇନ ପାଇଁ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ମଧ୍ୟ ଚିଠି ଲେଖିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.