ବରଗଡରୁ ୮୦୦ ବୋତଲ କଫସିରପ ଜବତ, ଦୁଇ ବେପାରୀ ଗିରଫ

author img

By

Published : Sep 11, 2022, 9:05 AM IST

୮୦୦ ବୋତଲ କଫ ସିରପ ସହ ଦୁଇ ବେପାରୀ ଗିରଫ

ବରଗଡରେ କଫସିରପ ବେପାରୀ ଗିରଫ । ଜବତ ହୋଇଛି ୮୦୦ ବୋତଲ କଫସିରପ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

ବରଗଡ: ବେଆଇନ ନିଶା କାରବାର କରୁଥିବା ଏକ ରାକେଟକୁ ଧରିବାରେ ସଫଳ ହୋଇଛି ବରଗଡ଼ ଟାଉନ ପୋଲିସ । ଶନିବାର ବରଗଡ଼ ଟାଉନ ପୋଲିସ ଡ୍ରଗ୍ସ କାରବାରରେ ଜଡିତ ଦୁଇଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ 800 ବୋତଲ କଫସିରପ୍ ଜବତ କରିଛି ।

୮୦୦ ବୋତଲ କଫ ସିରପ ସହ ଦୁଇ ବେପାରୀ ଗିରଫ

ବରଗଡରେ ଦିନକୁ ଦିନ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି ବେଆଇନ କାରବାର । ଶନିବାର ବରଗଡ଼ ଟାଉନ ପୋଲିସ ଡ୍ରଗ୍ସ କାରବାରରେ ଜଡିତ ଦୁଇଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ 800 ବୋତଲ କଫସିରପ୍ ଜବତ କରିଛି । ଏନେଇ ଟାଉନ ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଆଇଆଇସି ସତ୍ୟଜିତ କନ୍ଦକେଲ l

ଏହା ମଧ୍ୟ ପଢନ୍ତୁ: ବେଆଇନ କଫ ସିରପ ବେପାର: ସ୍ବାମୀ-ସ୍ତ୍ରୀ ଗିରଫ, ଝିଅ ଫେରାର

ସୂଚନା ଅନୁଯାୟୀ, ଶନିବାର ବରଗଡ଼ ସବ୍ ଜେଲ ନିକଟରେ ଏକ ଅଟୋ ସାହାଯ୍ୟରେ ନିଶା ସାମଗ୍ରୀ ଟ୍ରାନ୍ସପୋର୍ଟ କରାଯାଉଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଁ ପୋଲିସ ଚଢ଼ାଉ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏହାସହ OD17-OD-B9997 ନମ୍ବର ବିଶିଷ୍ଟ ଗୋଟିଏ ଅଟୋ ରିକ୍ସା, OD17-K-6696 ନମ୍ବର ବିଶିଷ୍ଟ ଏକ ସ୍କୁଟି, ନଗଦ 4120 ଟଙ୍କା ଓ 800 ବୋତଲ କଫ ସିରଫ ଜବତ କରାଯାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ତୋରା ଗ୍ରାମର ପ୍ରଭାତ ବାଗ ଓ ସହରାପାଳି ଦିଲୀପ ଦୀପ l ତେବେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ବରଗଡ଼ ଆଇଆଇସି ସତ୍ୟଜିତ କନ୍ଦକେଲ କହିଛନ୍ତି ଯେ, " ବେଆଇନ କାରବାରକୁ ଧରିବା ପାଇଁ ଏକ ଟିମ ଗଠନ କରାଯାଇଥିଲା । ବେଆଇନ କଫସିରଫ ସ୍ଥାନାନ୍ତର ହେଉଥିବା ନେଇ ଶନିବାର ଦ୍ବିପହର ସମୟରେ ଏକ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏନେଇ ଅକ ଟିମ ଗଠନ କରାଯାଇ ଦୁଇ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇପାରିଛୁ । ଏହାସହ ସେମାନଙ୍କ ନିକଟରୁ ଅଟୋରେ ଲୋଡ ହୋଇଥିବା 800 ବୋତଲ କଫସିରପ୍ ଜବତ କରାଯାଇଛି । ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।"

ଗତ ଜୁଲାଇ ୧୦ ତାରିଖ ଦିନ ବରଗଡ଼ ୧୧ ନମ୍ବର ୱାର୍ଡ ଶକ୍ତିନଗର ସ୍ଥିତ ଏକ ଭଡ଼ା ଘରେ ଟାଉନ ପୋଲିସ ଚଢ଼ାଉ କରି ୨,୩୫୦ ବୋତଲ ବେଆଇନ କଫସିରପ ସହିତ ନିଶା ଟାବଲେଟ, ୫ ଲିଟର ରାସାୟନିକ ପଦାର୍ଥ ଏବଂ ଗୋଟିଏ ମୋବାଇଲ ଜବତ କରିଥିଲା । ଏହି ଘଟଣାରେ ୨ ଜଣ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତମାନେ ଶ୍ୟାମ ମେହେର ଏବଂ ତାଙ୍କ ସ୍ତ୍ରୀ ଯମୁନା ମେହେର ବୋଲି ପରିଚୟ ମିଳିଛି । କିନ୍ତୁ ଏହି ବେଆଇନ କାରବାରରେ ସାମିଲ ଥିବା ସେମାନଙ୍କ ୨୮ ବର୍ଷୀୟ ଝିଅ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.