ବରଗଡ ହାଜତ ମୃତ୍ୟୁ ଘଟଣା, 4 ପୋଲିସ କର୍ମୀ ନିଲମ୍ବିତ

author img

By

Published : Sep 26, 2021, 6:41 PM IST

ହାଜତ ମୃତ୍ୟୁ ଘଟଣାରେ 4 ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲା ପୋଲିସ ବିଭାଗ

ବରଗଡ ଟାଉନ ଥାନାରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ 4 ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ...

ବରଗଡ: ବରଗଡ଼ ଟାଉନ ଥାନା ହାଜତରେ 25 ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟଣାରେ 4 ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ତୋରା ଗ୍ରାମର ଗୋବିନ୍ଦ କୁମ୍ଭାର । ସୂଚନାନୁସାରେ 2 ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ରାତି 2ଟାରେ ପୋଲିସ ଯୁବକଙ୍କୁ ଘରୁ ଉଠାଇ ଆଣିଥିଲା । ଏହାର 5 ଘଣ୍ଟା ପରେ ଉକ୍ତ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି ।

ହାଜତ ମୃତ୍ୟୁ ଘଟଣାରେ 4 ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲା ପୋଲିସ ବିଭାଗ

ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ଜିଲ୍ଲାର ଖେଦାପାଳି ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ନିକଟରେ ଧାରଣା ଦେବା ସହ ବରଗଡ ଟାଉନ ସ୍ଥିତ ଗାନ୍ଧୀଛକ ଠାରେ ଦୀର୍ଘ 4 ଘଣ୍ଟା ଧରି ମୃତଦେହ ରଖି ରାସ୍ତାରୋକ କରିଥିଲେ । ଏନେଇ ପ୍ରଶାସନ ପକ୍ଷରୁ କୌଣସି ସମାଧାନ ବାହାରି ନ ପାରିବାରୁ ଉତ୍ୟକ୍ତ ଲୋକେ ଏସପି ଅଫିସ ଘେରାଉ କରିଥିବା ବେଳେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଲାଠିଚାର୍ଜ କରିଥିଲା ପୋଲିସ ।

ପରେ ଉତ୍ତରାଞ୍ଚଳ DIG ବରଗଡକୁ ଆସି ସ୍ଥିତି ପରଖିବା ସହ ସ୍ଥାନୀୟ ବିଧାୟକ ଓ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଆଉ ଏହି ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଦିଆଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି ।

ତେବେ ଆଜି (ରବିବାର) ଏହି ଘଟଣାରେ ପୋଲିସ ବିଭାଗ ପକ୍ଷରୁ 4 ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ବରଗଡ SDPO ଦୀପକ କୁମାର ଗଛାୟତ କହିଛନ୍ତି କି 4 ଜଣ ଯାକ କର୍ମଚାରୀ ଯଥା ASI ପୀତାମ୍ବର ବେହେରା, ASI କ୍ଷୀରୋଦ୍ର ବିଶ୍ଵାଳ ଏବଂ ASI ମଙ୍ଗଲ କିସ୍କୁଙ୍କ ସମେତ ଜଣେ ହୋମଗାର୍ଡ ଡ୍ରାଇଭରଙ୍କୁ କାର୍ଯ୍ୟରୁ କାର୍ଯ୍ୟରୁ ବାଦ ଦିଆଯାଇଛି ମାତ୍ର ଏ ଯାଏଁ ନିଲମ୍ବିତ କରାଯାଇନାହିଁ ବୋଲି ସୂଚନା ଦେଇଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.