ଯୁବକଙ୍କ ତଣ୍ଟିକାଟି ନିର୍ମମ ହତ୍ୟା, ପୋଲିସ ତଦନ୍ତ ଆରମ୍ଭ

author img

By

Published : Sep 29, 2021, 8:53 PM IST

25 year Youngman murdered in bargarh

ବରଗଡ଼ରେ ଆଜି ପୁଣି ଏକ ନିର୍ମମ ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଅଧିକ ପଢନ୍ତୁ...

ବରଗଡ: ସହରରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଅମ୍ବାପାଲି ନିକଟରେ ଥିବା ବଂଜାରା ବ୍ରିଜ ପାଖ ପଡ଼ିଆରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଗତ ବିଳମ୍ବିତ ରାତିରେ ଯୁବକ ଜଣଙ୍କୁ ତଣ୍ଟି କାଟି ଅତି ନୃଶଂସ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବୁଧବାର ସକାଳେ ସ୍ଥାନୀୟ ଲୋକେ ରକ୍ତାକ୍ତ ମୃତଦେହ ଏବଂ ବାଇକ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

ଯୁବକଙ୍କୁ ତଣ୍ଟିକାଟି ନିର୍ମମ ହତ୍ୟା,ପୋଲିସ ତଦନ୍ତ ଆରମ୍ଭ

ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ଅତାବିରାର 25 ବର୍ଷର ଏମ୍‌ଡି କଶିମ ବୋଲି ଜଣାପଡିଛି । ସେ ଅତାବିରାରୁ ବରଗଡକୁ ପ୍ରତିଦିନ ଏକ ଗ୍ୟାରେଜକୁ କାମ କରନ୍ତି । ପ୍ରତିଦିନ ରାତି 8 ଟା ପର୍ଯ୍ୟନ୍ତ କାମସାରି ଅତାବିରାକୁ ଫେରିଥାନ୍ତି । ମାତ୍ର ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ । ତେବେ ପରିବାର ଲୋକେ ଚିନ୍ତିତ ହୋଇ ବରଗଡ଼ ଟାଉନ ଥାନା ଏବଂ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ସକାଳେ ଅମ୍ବାପାଲି ନିକଟରେ ଏକ ପଲସର୍‌ ବାଇକ ( ଓଡି୧୫ଏ ୧୦୩୧) ଓ କସିମଙ୍କ ମୃତଦେହ ପଡିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ବରଗଡ଼ ଏସଡିପିଓ ଦୀପକ କୁମାର ଗୋଚ୍ଛାୟତ, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଝାରୀ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାଟି ବରଗଡରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.