ଯୁବକଙ୍କୁ କଟୁରୀରେ ହାଣି ହତ୍ୟା ଅଭିଯୋଗ, ଦୁଇ ଅଟକ

author img

By

Published : Sep 23, 2021, 10:55 PM IST

ଯୁବକଙ୍କୁ କଟୁରିରେ ହାଣି ହତ୍ୟା ଅଭିଯୋଗ, ଦୁଇ ଅଟକ

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଧିନ ବଡ଼କସବା ଗ୍ରାମର ଏକ କ୍ଷେତ ଭିତରୁ ଜଣେ ଯୁବକର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ବାଲେଶ୍ଵର: ଜିଲ୍ଲାର ବାଲିଆପାଳ ଥାନା ଅଧିନ ବଡ଼କସବା ଗ୍ରାମର ଏକ କ୍ଷେତ ଭିତରୁ ଜଣେ ଯୁବକର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ହଣା ଚିହ୍ନ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଯୁବକଙ୍କୁ କଟୁରିରେ ହାଣି ହତ୍ୟା ଅଭିଯୋଗ, ଦୁଇ ଅଟକ
ସୂଚନା ଅନୁସାରେ, ବଡକଷବା ଗ୍ରାମର କାଙ୍ଗାଳି ପାତ୍ର ନାମକ ଯୁବକଙ୍କ ସହିତ ସେହି ଗ୍ରାମର ରବୀନ୍ଦ୍ର ଜେନାଙ୍କର ସ୍ତ୍ରୀ ସନ୍ଧ୍ଯାରାଣୀଙ୍କ ସହିତ ଦୀର୍ଘଦିନ ଧରି ଅନୈତିକ ସମ୍ପର୍କ ରହିଥିବା କୁହାଯାଉଥିଲା । ବୁଧବାର ରାତିରୁ କାଙ୍ଗାଳି ନିଖୋଜ ହେବା ପରେ ପରିବାର ପକ୍ଷରୁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଗୁରୁବାର ସକାଳେ ଧାନକ୍ଷେତ ମଝିରୁ କାଙ୍ଗାଳିଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ତାଙ୍କ ବେକ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ରହିଛି। ମୃତ କାଙ୍ଗାଳୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ରବୀନ୍ଦ୍ର ଜେନା ଓ ସନ୍ଧ୍ୟାରାଣୀ ଜେନାକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.