ବାଲେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ, ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକା

author img

By

Published : Nov 18, 2022, 2:48 PM IST

woman killed her boyfriend in balasore

ବାଲେଶ୍ବରରେ ଚାଞ୍ଚଲ୍ୟ, ଯୁବକଙ୍କୁ ଟାଙ୍ଗିଆରେ ହାଣି ହାତ୍ୟା । ମୁଣ୍ଡ ବିହୀନ ଶରୀର ବାଲେଶ୍ବରରୁ ମିଳିଥିବାବେଳେ ଭଦ୍ରକରୁ ମୁଣ୍ଡ ମିଳିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ବାଲେଶ୍ବର: ଜିଲ୍ଲା ସଦର ଥାନା ଖାନନଗର ଅଞ୍ଚଳରୁ ଗତ ଶନିବାର ଦିନ ପୋଲିସ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରିଥିଲା । ଏହି ଘଟଣାର ତଦନ୍ତ ଚାଲିଥିବାବେଳେ, ଆଜି ଉକ୍ତ ଶରୀରର ମୁଣ୍ଡ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରୁ ଜବତ ହୋଇଛି । ଏଥିରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାର ଯୁବକ ଶ୍ରୀଧର ଦଳବେହେରା, ଫକୀର ନାୟକ ଓ ତାଙ୍କ ପତ୍ନୀ ସୁମିତ୍ରା ନାୟକ ଗତ କିଛିମାସ ହେଲା ବାଲେଶ୍ବର ସଦର ଥାନା ଖାନନଗର ଅଞ୍ଚଳରେ ରହି ‘ବସୁଧା ଯୋଜନା' ପ୍ରକଳ୍ପରେ କାମ କରୁଥିଲେ । ଏହି ସମୟରେ ଶ୍ରୀଧର ଓ ସୁମିତ୍ରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ବାଲେଶ୍ବରରେ ବୀଭତ୍ସ ହତ୍ୟାକଣ୍ଡ

ସମ୍ପର୍କ ଏତେ ବାଟ ଚାଲି ଯାଇଥିଲା ଯେ, ଉଭୟେ ପରସ୍ପର ସହ ରହିବାକୁ ନିଷ୍ପତ୍ତି ନେଇଥିଲେ । ସେପଟେ ଦୁହିଁଙ୍କର ପ୍ରେମସମ୍ପର୍କ ବିଷୟରେ ସ୍ବାମୀ ଫକୀର ଜାଣିବା ପରେ ସେ ନିଜ ଗାଁକୁ ପଳାଇଥିଲେ । ଗତ ୫ ତାରିଖ ସୁମିତ୍ରାଙ୍କୁ କୌଣସି କାରଣରୁ ଶ୍ରୀଧର ପ୍ରବଳ ମାଡ଼ ମାରିଥିଲେ । ୬ ତାରିଖରେ ଶ୍ରୀଧର ଶୋଇଥିବାବେଳେ, ସୁମିତ୍ରା ଏକ ଟାଙ୍ଗିଆରେ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଥିଲେ ଏବଂ ସ୍ବାମୀ ଫକୀରଙ୍କୁ ଫୋନ୍‌ ଯୋଗେଁ ଜଣାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଆଉ ଜଣେ ଓମକାର ହୋତା, ଅପହଞ୍ଚ ଇଲାକାରେ ନିଶୁଳ୍କ ସେବା ଯୋଗାଉଛନ୍ତି ଡାକ୍ତର ସୁକାନ୍ତ

ଖବର ପାଇ ଫକୀର ଏକ ବାଇକ ଯୋଗେ ନୟାଗଡରୁ ସିଧା ବାଲେଶ୍ଵର ପଳାଇ ଆସିଥିଲେ । ଉଭୟେ ସ୍ବାମୀ-ସ୍ତ୍ରୀ ମିଶି ଶ୍ରୀଧରଙ୍କ ମୁଣ୍ଡ ବିହୀନ ଶରୀରକୁ ଏକ ସ୍ଥାନରେ ଫିଙ୍ଗିଥିବାବେଳେ କଟାମୁଣ୍ଡକୁ ନେଇ ଛତାବରରେ ନିର୍ମାଣ ଧୀନ ଏକ ପୋଲ ନିକଟରେ ଫିଙ୍ଗିଥିଲେ । ୧୨ ତାରିଖରେ ଶ୍ରୀଧରଙ୍କ ମୁଣ୍ଡ ବିହୀନ ଗଳିତ ମୃତଦେହ ଠାବ ହେବାପରେ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଏହାର ତଦନ୍ତ ପରେ ପୋଲିସ ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀଙ୍କୁ ଗିରଫ କରିଛି । ସୁମିତ୍ରାଙ୍କୁ କଟକରୁ ଓ ତାଙ୍କ ସ୍ବାମୀ ଫକୀରଙ୍କୁ ନୟାଗଡରୁ ଗିରଫ କରିଛି ପୋଲିସ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.