ଭିତରେ ଥିଲେ ଜିଲ୍ଲାପାଳ, ବାହାରୁ କାର୍ଯ୍ୟାଳୟ ଗେଟରେ ତାଲା ମାରିଲା ଅଜଣା ଯୁବକ

author img

By

Published : Dec 3, 2022, 9:23 PM IST

ଜିଲ୍ଲାପାଳ କାର୍ଯ୍ୟାଳୟ ଗେଟରେ ତାଲା ପକାଇଦେଲେ ଅଜଣା ଯୁବକ

ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟରେ ତାଲା ପକାଇଦେଲେ ଅଜଣା ଯୁବକ । ସୁରକ୍ଷା ଢିଲା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଆଲୋଚନା ହେଉଛି । ଅଧିକ ପଢ଼ନ୍ତୁ

ବାଲେଶ୍ଵର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟରେ ତାଲା ପକାଇଦେଲେ ଅଜଣା ଯୁବକ । ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଅଜଣା ଯୁବକର ଦୌରାତ୍ମ୍ୟ ଆଜି ଦିନସାରା ଦେଖିବାକୁ ମିଳିଛି । ଯାତାୟତରେ ଅସୁବିଧା ହେବାରୁ ତାଲା ଭଙ୍ଗାଯିବା ପରେ ମଧ୍ୟ ବାରମ୍ବାର ତାଲା ପକାଇଥିଲେ ଜନୈକ ଯୁବକ ।

ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ ପାଇଁ ଦୁଇ ପଟେ ଦୁଇଟି ଗେଟ ରହିଥିବାବେଳେ ଯୁବକ ଜଣଙ୍କ ଦିନ ୨ଟା ବେଳେ ଦୁଇପଟ ଗେଟରେ ବାହାରପଟୁ ତାଲା ପକାଇ ଦେଇଥିଲେ । ଯିବା ଆସିବା ପାଇଁ ଅସୁବିଧା ଭୋଗିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର କର୍ମଚାରୀମାନେ ତାଲା ଭାଙ୍ଗିଥିଲେ । ତେବେ ପୁଣି ଉକ୍ତ ଯୁବକ ଜଣଙ୍କ ଅପରାହ୍ନରେ ଦୁଇପଟ ଗେଟରେ ତାଲା ପକାଇ ପଳାଇ ଯାଇଥିଲେ । କର୍ମଚାରୀ ତଥା ସାଧାରଣ ଲୋକ ଅଫିସ ଭିତରକୁ ଯିବା ଆସିବା କରିବାରେ ଅସୁବିଧା ଭୋଗିଥିଲେ । ପୁଣି ତାଲା ଭଙ୍ଗାଯିବା ପରେ ଯିବା ଯାଆସ ହୋଇଥିଲା । ତେବେ କେଉଁ କାରଣରୁ ଯୁବକ ଜଣଙ୍କ ଏମିତି କଲେ ତାହା ସ୍ପଷ୍ଟ ହୋଇନାହିଁ । ଯୁବକଙ୍କ ପରିଚୟ ମଧ୍ୟ ମିଳି ପାରିନାହିଁ । ଏହାଛଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବିଭାଗର ଅଫିସ ରହିଥିବା ବେଳେ ସୁରକ୍ଷା ଢିଲା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଆଲୋଚନା ହେଉଛି ।

ଏପଟେ ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛି ପ୍ରଶାସନ । କେଉଁ ଯୁବକ ତାଲା ମାରିଛନ୍ତି ତାହା ବର୍ତ୍ତମାନ ଖୋଜା ଚାଲିଛି । ସିସିଟିଭି ଫୁଟେଜ୍ ଦେଖି ସମ୍ପୃକ୍ତ ଯୁବକକୁ ଖୋଜୁଛି ପ୍ରଶାସନ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.