ବାନ୍ଧି ହେଲେ ପ୍ରେମ ଚଢେଇ, ହୁଇଲ ଚେୟାରରେ ନେଲେ ସାତଫେରା

author img

By

Published : Nov 18, 2022, 10:00 PM IST

Updated : Nov 19, 2022, 7:54 AM IST

ଲେ ପ୍ରେମ ଚଢେଇ, ହୁଇଲ ଚେୟାରରେ ହେଲା ବେଦୀ ଘୁରା

ଏକଦା ଭଲ ପରିସ୍ଥିତିରେ ଦୁହେଁ ପରସ୍ପରକୁ କଥା ଦେଇଥିଲେ ହେଲେ ଆଜି ଭିନ୍ନ ପରିସ୍ଥିତିରେ ଉଭୟ ହାତ ଛାଡ଼ି ନାହାନ୍ତି । ଦିନ ଥିଲା ଦୁହେଁ ଚର୍ଚ୍ଚିତ ଚେହେରା ଥିଲେ କିନ୍ତୁ ଆଜି ଚର୍ଚ୍ଚାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ଦେଲେ । ସାତ ଜନ୍ମର ସାଥିହେଲେ ଶୁଭ୍ରାଂଶୁ ଓ ଦେବସ୍ମିତା । ୮ବର୍ଷର ଭଲ ପାଇବାରେ ପାଚେରୀ ଛିଡା କରିପାରିଲାନି ପକ୍ଷାଘାତ । ଅଧିକ ପଢନ୍ତୁ

ବାଲେଶ୍ବର: ପ୍ରେମ ସର୍ବଦା ଚିରନ୍ତନ ଓ ଶାଶ୍ବତ। ପ୍ରେମ ପାଇଁ କିଏ ବଳି ପଡୁଛି ତ ପୁଣି କିଏ ପ୍ରେମକୁ ନେଇ ଜୀବନ ଯାକ ଖୁସିରେ ରହିବା ପାଇଁ ପ୍ରତିଜ୍ଞା କରୁଛି । ଆଜିର ଡିଜିଟାଲ ଯୁଗରେ ପ୍ରେମ ଯେତେବେଳେ ଧୋକା ଓ ପ୍ରତାରଣାର ଆଖ୍ୟା ଦିଆଯାଉଛି ସେତେବେଳେ ପୁଣି କିଏ ପ୍ରେମ ପାଇଁ ସମାଜରେ ଉଦାହରଣ ସାଜୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଫତେପୁର ଅଞ୍ଚଳରେ । ୮ବର୍ଷର ଭଲ ପାଇବାରେ ପାଚେରୀ ଛିଡା କରିପାରିଲାନି ପକ୍ଷାଘାତ ।

ଲେ ପ୍ରେମ ଚଢେଇ, ହୁଇଲ ଚେୟାରରେ ହେଲା ବେଦୀ ଘୁରା

ସୂଚନା ଅନୁଯାୟୀ, ଫତେପୁର ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ବିଷ୍ଣୁଚରଣ ମହାପାତ୍ରଙ୍କ ପୁଅ ଶୁଭ୍ରାଂଶୁ ମହାପାତ୍ର ଏବେ ତାଙ୍କର ସ୍ବତନ୍ତ୍ର ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆର ଶିରୋନାମାରେ ରହିଛନ୍ତି । ଦୀର୍ଘ 8 ବର୍ଷର ପ୍ରେମ କୁ ଶେଷରେ ସିନ୍ଦୁର ପିନ୍ଧାଇ ସାତ ଜନ୍ମର ସାଥି ହେଲେ ଶୁଭ୍ରାଂଶୁ ଓ ଦେବସ୍ମିତା ।

ତେବେ 2015 ମସିହାରୁ ଶୁଭ୍ରାଂଶୁ ସେରଗଡ଼ ଗଡପଦା ଅଞ୍ଚଳର ଦେବସ୍ମିତା ପଣ୍ଡାଙ୍କୁ ପ୍ରେମ କରୁଥିଲେ । ଅନେକ ଝଡ ଝଞ୍ଜା ଦେଇ ପ୍ରେମ ସମ୍ପର୍କ ଚାଲିଥିବା ବେଳେ ହଠାତ ଜୀବନରେ ଏକ ମୋଡ ଆସିଥିଲା । ଯେଉଁଥିରେ ଦେବସ୍ମିତା ନିଜ ଗୋଡରେ ଠିଆ ହୋଇ ପାରି ନ ଥିଲେ । ଗୋଡରେ ଠିକ ଭାବେ ଠିଆ ହୋଇ ପାରୁନଥିବା ଦେବସ୍ମିତାଙ୍କୁ ଜୀବନ ସାଥି ଭାବେ ଗ୍ରହଣ କରିବା ପାଇଁ ଶୁଭ୍ରାଂଶୁ ସ୍ଥିରମନା ଥିଲେ । ଏହାକୁ ନେଇ ଉଭୟ ଗତ ନଭେମ୍ବର ମାସ 4 ତାରିଖରେ ଏକ ମନ୍ଦିରରେ ବିବାହ କରିଥିଲେ । ଉଭୟ ଏବେ ସେରଗଡ଼ ନିକଟରେ ରହୁଥିବା ବେଳେ ଉଭୟ ବେଶ ଖୁସି ଥିବା ଶୁଭ୍ରାଂଶୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated :Nov 19, 2022, 7:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.