ରାଜ୍ୟସ୍ତରୀୟ ସବ୍‌ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

author img

By

Published : Dec 5, 2022, 5:36 PM IST

ରାଜ୍ୟସ୍ତରୀୟ ସବ୍‌ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ବାଲେଶ୍ବରରେ ରାଜ୍ୟସ୍ତରୀୟ ସବ୍ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ । ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ସ୍ଥାନୀୟ ଇନ୍‌ଡୋର ହଲ ଠାରେ ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା । ଅଧିକ ପଢ଼ନ୍ତୁ

ବାଲେଶ୍ବର: ରାଜ୍ୟସ୍ତରୀୟ ସବ୍ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ । ବାଲେଶ୍ବର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ସ୍ଥାନୀୟ ଅଫିସର ଇନ୍‌ଡୋର ହଲ ଠାରେ ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିଲା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା । ଫାଇନାଲରେ ବିଜେତା, ଉପବିଜେତା ଏବଂ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଖେଳାଳୀଙ୍କୁ ସଂଘ ପକ୍ଷରୁ ପୁରସ୍କାର ରାଶି, ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା ।

ରାଜ୍ୟସ୍ତରୀୟ ସବ୍‌ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ
ରାଜ୍ୟସ୍ତରୀୟ ସବ୍‌ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ବାଲେଶ୍ବର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସବ୍ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ୧୩ ବର୍ଷରୁ କମ୍ ବାଳକ ଏକକ ବିଭାଗରେ ବାଲେଶ୍ବରର ଓଜଦିପ୍ ମାଝି କଟକ ଜିଲ୍ଲାର ଦ୍ରିଶନ ଦାଶକୁ ୨୧/୧୮, ୨୧/୧୭ ପଏଣ୍ଟରେ ହରାଇ ବିଜେତା ହୋଇଥିଲେ । ୧୩ ବର୍ଷରୁ କମ୍‌ ବାଳିକା ଏକକ ବିଭାଗରେ ଭୁବନେଶ୍ବରର ନିମିଷା ଓଝା ବିଜେତା ଏବଂ ଭୁବନେଶ୍ବରର ଅସ୍ମିତା ମହାନ୍ତି ଉପବିଜେତା ହୋଇଥିଲେ । ବାଳିକା ଡବଲ୍ସ ବିଭାଗରେ ନିମିଷା ଓଝା ଓ କଟକର ସାଥୀସ୍ବତୀ ନାୟକ ଯୁଗ୍ମ ବିଜେତା ହୋଇଥିଲେ । ଏଥିରେ ଭୁବନେଶ୍ବରର ଅନଭିତା ପ୍ରହରାଜ ଓ ଭଦ୍ରକର ବି ଲକ୍ଷ୍ମୀ ରେଡ୍ଡି ଉପ ବିଜେତା ହୋଇଥିଲେ ।

ବାଳକ ଡବଲ୍ସ ବିଭାଗରେ ବାଲେଶ୍ବରର ଓଜଦୀପ ମାଝି ଓ ଭୁବନେଶ୍ବରର ନାଥାନିଲ ରେଡେନ୍ ଯୁଗ୍ମ ବିଜେତା ଏବଂ କଟକର ହର୍ସିତ ବେହେରା ଓ ଦ୍ରିଶନ ଦାସ ଉପବିଜେତା ହୋଇଥିଲେ । ସେହିପରି ବାଳକ ଓ ବାଳିକା ଯୁଗ୍ମ ବିଭାଗରେ ବାଲେଶ୍ବରର ଓଜଦୀପ ମାଝି ଓ ଭୁବନେଶ୍ବରର ଅକ୍ଷିତା ମହାନ୍ତି ବିଜେତା ଏବଂ ଭୁବନେଶ୍ବରର ଯୁବରାଜ ମହାପାତ୍ର ଓ ଶ୍ରଦ୍ଧା ସ୍ବାଇଁ ଉପବିଜେତା ହୋଇଥିଲେ । ବିଜେତା ଉପବିଜେତା ଏବଂ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଖେଳାଳୀମାନଙ୍କୁ ସଂଘ ପକ୍ଷରୁ ପୁରସ୍କାର ରାଶି, ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା ।

ପୁରସ୍କାର ବିତରଣୀ ଉତ୍ସବରେ ଉଦ୍ୟୋଗପତି ତଥା ସମାଜସେବୀ ସଂଗ୍ରାମ ଦାଶ, ସଂଘର ସଂପାଦକ ମନୋରଞ୍ଜନ ପଣ୍ଡା, ସଂଘର ସଭାପତି ଚିନ୍ମୟ ବିଶ୍ବାଳ, ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଜୋନାଲ ମୁଖ୍ୟ ଜୟପ୍ରକାଶ ସିଂହ, ମୁଖ୍ୟ ଖେଳ ପରିଚାଳକ ଲକ୍ଷ୍ମୀପତି ନନ୍ଦ, ସଂଘର ଉପସଭାପତି ଶିବୁ ପାଣିଗ୍ରାହୀ, ଜିଲ୍ଲାର ବରିଷ୍ଠ ଖେଳାଳୀ ବିଶ୍ବଜିତ ଦାସ, ବିନୋଦ ଶାହା ଏବଂ ସିଦ୍ଧାର୍ଥ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଖେଳକୁ ସୁଚାରୁରୂପେ ପରିଚାଳନା ପାଇଁ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.