ବାଲେଶ୍ବରରେ ମାତିଲା ପାଗଳ କୁକୁର, ଆକ୍ରମଣରେ 40ରୁ ଊର୍ଦ୍ଧ୍ବ ଆହତ

author img

By

Published : Dec 3, 2022, 3:56 PM IST

several injured after dog bites in balasore

ବାଲେଶ୍ବର ସହରରେ ମାତିଛନ୍ତି କୁକୁର । ଏକ ପାଗଳ କୁକୁର ଆକ୍ରମଣରେ ସହରର 40ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ବାଲେଶ୍ଵର: ସହରରେ ସକାଳୁ ପାଗଳ କୁକୁରଙ୍କ ଉତ୍ପାତ । କୁକୁର କାମୁଡ଼ାରେ 40ରୁ ଊର୍ଦ୍ଧ୍ଵ ଆହତ ହୋଇଛନ୍ତି । ବାଲେଶ୍ଵର ସହରର 4ନଂ ୱାର୍ଡର ପୁଲବଜାର, ଖୁଆଜାବାଗ୍, କସାବ ମହଲ୍ଲା, ବାଲୁବଜାର, ରେଜାଉଲ୍ଲା ଲେନ, ମୁନିପଦା ଆଦି ଅଞ୍ଚଳରେ ଲୋକେ କୁକୁରର ଶିକାର ହୋଇଛନ୍ତି ।

ବାଲେଶ୍ବରରେ ପାଗଳ କୁକୁର ଆକ୍ରମଣରେ 40ରୁ ଊର୍ଦ୍ଧ୍ବ ଆହତ

ସକାଳୁ ଲୋକମାନେ ବାହାରେ ଥିବାବେଳେ ଏକ କୁକୁର ହଠାତ ଆସି ସେମାନଙ୍କୁ ଆକ୍ରମଣ କରିଥିଲା । ପିଲା ଠାରୁ ବୁଢା ଯାଏ ଯାହାକୁ ପାଇଲା କାମୁଡି ପକାଇଥିଲା । ଏଥିରେ ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । କୁକୁରର ଏମିତି ଉତ୍ପାତ ଦେଖି ଲୋକମାନେ ଛାନିଆ ହୋଇଯାଇଥିଲେ । କୁକୁରଟି 40ରୁ ଊର୍ଦ୍ଧ୍ଵ ଲୋକଙ୍କୁ କାମୁଡି ଗୁରୁତର କରି ପକାଇଛି । ଆହତ ବ୍ୟକ୍ତି ଓ ପିଲାମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ କୁକୁର କାମୁଡିବା ପରେ ସ୍ଥାନୀୟ ଲୋକେ କୁକୁରଟିକୁ ପିଟିପିଟି ମାରିଦେଇଥିବା ଜଣାପଡ଼ିଛି । ଏନେଇ କୁକୁର କାମୁଡ଼ାରେ ଆହତ ବ୍ୟକ୍ତି କହିଛନ୍ତି, "କୁକୁରଙ୍କ ଏଭଳି ଉତ୍ପାତ ପାଇଁ ପ୍ରଶାସନ ଦାୟୀ । ବୁଲା କୁକୁରଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନି । ଯାହା ଫଳରେ ସହରରେ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ବିଭିନ୍ନ ସମୟରେ ଲୋକେ ଆକ୍ରମଣର ଶିକାର ହେଉଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.