ଆଦିବାସୀ ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡ଼ପ, ଆନ୍ଦୋଳନ ପରେ ରିଟେଲର ନିଲମ୍ବିତ

author img

By

Published : Sep 22, 2022, 1:40 PM IST

ଆଦିବାସୀ ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡ଼ପ, ଆନ୍ଦୋଳନ ପରେ ରିଟେଲର ନିଲମ୍ବିତ

ବାଲେଶ୍ଵର ରେମୁଣା ବ୍ଲକ ଅଞ୍ଚଳରେ ଆଦିବାସୀ ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡ଼ପ ଅଭିଯୋଗ । ଏନେଇ ଆଦିବାସୀ ହିତାଧିକାରୀଙ୍କ ଧାରଣା ପରେ ହଡ଼ପ ଅଭିଯୋଗ ଆସିଥିବା ରିଟେଲରକୁ ଉପଜିଲ୍ଲାପାଳ ନିଲମ୍ବିତ କରିଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ବାଲେଶ୍ଵର: ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ଆଦିବାସୀ ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡ଼ପ ଅଭିଯୋଗ । ଏନେଇ ହଳଦିଆ ଗ୍ରାମର ଆଦିବାସୀମାନେ କଲ୍ୟାଣପୁର ପଞ୍ଚାୟତର ରିଟେଲର ବସନ୍ତ ପଢିଆରୀଙ୍କ ନାମରେ ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।

ଅଭିଯୋଗ ଅନୁସାରେ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ରିଟେଲର ବସନ୍ତ ପଢିଆରୀ ସେହି ପଞ୍ଚାୟତର ହଳଦିଆ ଗ୍ରାମର ଆଦିବାସୀ ଲୋକଙ୍କୁ ମାସ ମାସ ଧରି ରାସନ ସାମଗ୍ରୀ ନଦେଇ ହଡ଼ପ କରିଛନ୍ତି । ଲୋକମାନଙ୍କୁ ରାସନ କାର୍ଡ କଟିଯାଇଛି ବୋଲି କହି ରାସନ ସାମଗ୍ରୀ ଦେଇନଥିବା ଅଭିଯୋଗ ହୋଇଛି । ହଳଦିଆ ଗ୍ରାମର ସୁକ ସିଂଙ୍କର ୪୫ ମାସ, କଠିନ ସିଂଙ୍କର ୨୧ ମାସ, ସସ୍ମିତା ସିଂଙ୍କର ୭ ମାସ ଓ ମଞ୍ଜୁଲତା ରାଉତଙ୍କର ୧୧ ମାସର ରାସନ ସାମଗ୍ରୀ ଦେଇ ନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ସେହିଭଳି ସେହି ଗ୍ରାମର ଲକ୍ଷ୍ମୀ ସିଂ, ଶ୍ରୀସତୀ ସିଂ, ପୁଣ୍ଟ ସିଂ, କୁନି ସିଂ, ବାସନ୍ତୀ ସିଂ, ବୁଧୁନି ସିଂ ଓ କବିତା ସିଂଙ୍କ ସହ ଅନେକ ହିତାଧୀକାରୀ ୩ ମାସର ଚାଉଳ ପାଇନଥିବା ଅଭିଯୋଗ କରିଛନ୍ତି ।

ଆଦିବାସୀ ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡ଼ପ, ଆନ୍ଦୋଳନ ପରେ ରିଟେଲର ନିଲମ୍ବିତ

ଗରିବ ଆଦିବାସୀମାନେ ମୂଲ ଲାଗିଲେ ଚଳିଥାନ୍ତି । ତେବେ କାମକୁ ଯାଇଥିବାରୁ ଠିକ୍ ସମୟରେ ରାସନ ସାମଗ୍ରୀ ପାଇଁ ଯାଇ ନପାରିଲେ ରିଟେଲର ବସନ୍ତ ପଢିଆରୀ ଆଉ ଦିଆଯିବନାହିଁ ବୋଲି କହି ଫେରେଇ ଦେଉଥିବା କହିଛନ୍ତି ଅଭିଯୋଗକାରୀ । ଅନେକ ହିତାଧିକାରୀଙ୍କୁ ରାସନ କାର୍ଡ କଟିଯାଇଛି ବୋଲି କହି ସେମାନଙ୍କ ରାସନ ସାମଗ୍ରୀ ହଡ଼ପ କରିଥିବା ରିଟେଲର ବସନ୍ତ ପଢିଆରୀଙ୍କ ନାମରେ ଅଭିଯୋଗ ହୋଇଛି । ଏନେଇ ହଳଦିଆ ଗ୍ରାମର ଆଦିବାସୀମାନେ ରେମୁଣା ବିଡିଓଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ।

ତେବେ ଆଦିବାସୀ ହିତାଧିକାରୀଙ୍କର ଏହି ଆନ୍ଦୋଳନ ପରେ ରିଟେଲରକୁ ଉପଜିଲ୍ଲାପାଳ ନିଲମ୍ବିତ କରିଥିବା ଜଣାପଡ଼ିଛି । କିନ୍ତୁ ଏସିଏସଓ କିଶୋର ମହାରଣା ନିଲମ୍ବିତ ଡିଲର ବସନ୍ତ ପଢ଼ିଆରୀଙ୍କ ପାଖରୁ ଚାଉଳ ନେବା ପାଇଁ ଲୋକମାନଙ୍କୁ କହିଛନ୍ତି । ଫଳରେ ବସନ୍ତ ପଢ଼ିଆରୀଙ୍କ ରିଟେଲର ଲାଇସେନ୍ସ ରଦ୍ଦ କରିବା ସହିତ ଟେଗ ରିଟେଲରେ ପାଖରୁ ଆଦିବାସୀ ଲୋକଙ୍କୁ ରାସନ ସାମଗ୍ରୀ ଦେବାପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.