ମା’ ସରସ୍ୱତୀଙ୍କ ମୂର୍ତ୍ତି ଆଣିବାକୁ ଯାଇ ଦୁର୍ଘଟଣା, 5ଛାତ୍ର ଆହତ

ମା’ ସରସ୍ୱତୀଙ୍କ ମୂର୍ତ୍ତି ଆଣିବାକୁ ଯାଇ ଦୁର୍ଘଟଣା, 5ଛାତ୍ର ଆହତ
ସରସ୍ବତୀଙ୍କ ମୂର୍ତ୍ତି ଆଣିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ସ୍କୁଲ ଛାତ୍ର। ଘଟଣାସ୍ଥଳରେ 3ଜଣ ଆହତ ହୋଇଥିବା ବେଳେ 2 ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ
ବାଲେଶ୍ବର: ଆସନ୍ତାକାଲି ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା। ଏହି ଦିନରେ ସ୍କୁଲ ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା ଙ୍କୁ ଆବାହନ କରାଯିବ । ବିଶେଷ କରି ସ୍କୁଲ ପିଲାମାନଙ୍କ ମଧ୍ୟରେ ମାଙ୍କ ଆବାହନ ପାଇଁ ବେଶ ଉତ୍ସାହ ଦେଖିବାକୁ ମିଳିଥାଏ। ମାତ୍ର ଏହାରି ଭିତରେ ଏକ ଅଘଟଣ ମଧ୍ୟ ଦେଖିବାକୁ ମିଳିଛି। ଏନେଇ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରାଇବଣିଆ ଓଲମରା ଉଚ୍ଚ ବିଦ୍ୟାଳୟ ଛାତ୍ରମାନେ ମୂର୍ତ୍ତି ଆଣିବାକୁ ଯାଇ ଦୁର୍ଘଟଣା ର ଶିକାର ହୋଇଛନ୍ତି। ଏକ ଅଟୋ ଦ୍ୱାରା 5 ଜଣ ଛାତ୍ର ମୂର୍ତ୍ତି ଆଣିବାକୁ ଯାଉଥିବା ବେଳେ କଣ୍ଟାବଣି ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ 2ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି।
ସୂଚନା ମୁତାବକ, ଓଲମରା ଉଚ୍ଚ ବିଦ୍ୟାଳୟରେ ସରସ୍ୱତୀ ପୂଜା ପାଇଁ ପିଲାମାନେ ବେଶ ଉତ୍ସାହିତ ଥିଲେ। ମାଙ୍କ ପୂଜା ପାଇଁ 4 ଜଣ ଦଶମ ଶ୍ରେଣୀ ଛାତ୍ର ଓ ଜଣେ ନବମ ଶ୍ରେଣୀର ଛାତ୍ର ରାଇବଣିଆ ଅଞ୍ଚଳକୁ ସରସ୍ବତୀଙ୍କ ପୂଜା ପାଇଁ ମୂର୍ତ୍ତି ଆଣିବାକୁ ଯାଇଥିଲେ । ଏକ ଅଟୋ ଦ୍ୱାରା 5 ଜଣ ଛାତ୍ର ମୂର୍ତ୍ତି ଆଣିବାକୁ ଯାଉଥିବା ବେଳେ କଣ୍ଟାବଣି ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ 3 ଜଣ ଛାତ୍ର ଆହତ ହୋଇଥିବା ବେଳେ ଦୁଇଜଣ ଛାତ୍ର ଗୁରୁତର ହୋଇଥିଲେ ।
ଏନେଇ ସେମାନଙ୍କୁ ପ୍ରଥମେ ହାତିଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ 2ଜଣ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରାଯାଇଛି। ଛାତ୍ରମାନଙ୍କୁ ମୂର୍ତ୍ତି ଆଣିବାକୁ କେଉଁ ପରିସ୍ଥିତିରେ ପଠାଯାଇଥିଲା ତାହା ତଦନ୍ତ ସାପେକ୍ଷ ।
ସେହିପରି ବସନ୍ତ ପଞ୍ଚମୀ ଉପଲକ୍ଷେ ଚାରିଆଡ ଉତ୍ସବ ମୁଖର ହୋଇଥିବା ବେଳେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ବଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତ୍ୟେକ ପର୍ବ ପର୍ବାଣୀ ଅବସରରେ ବାଲୁକା ଚିତ୍ର ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମି ରେ ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଦେଇଥାନ୍ତି। ସେହିପରି ଚଳିତ ବର୍ଷ ମଧ୍ୟ ପୁରୀ ଲାଇଟ୍ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ମା ସରସ୍ବତୀ ବାଲୁକା କଳାରେ ଆଗମନ ହୋଇ ସାରା ପୃଥିବୀ ବାସୀଙ୍କୁ ଶାନ୍ତିର ବାର୍ତ୍ତା ଦେବାର ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ । ଏହି ବାଲୁକା କଳାଟି 20 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 10ଟନ ବାଲି ଉପଯୋଗ କରାଯାଇଛି। ଏଥିସହ ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7ଘଣ୍ଟା ସମୟ ଲାଗିଥିଲା ।
ଇଟିଭି ଭାରତ, ବାଲେଶ୍ବର
