ଦୁର୍ଦ୍ଦିନରେ ଟସର ପାଟ ବୁଣାକାର, କୌଳିକ ବୃତ୍ତିରୁ ଫେରାଇଲେଣି ମୁହଁ

author img

By

Published : Sep 20, 2021, 7:51 PM IST

ଦୁର୍ଦ୍ଦିନରେ ଟସର ପାଟ ବୁଣାକାର, କୌଳିକ ବୃତ୍ତିରୁ ଫେରାଇଲେଣି ମୁହଁ

ବାଲେଶ୍ବର ଜିଲ୍ଲାରେ ପ୍ରସିଦ୍ଧଲାଭ କରିଥିବା ଟସର ପାଟ ଶିଳ୍ପ ଏବେ ଦୁର୍ଦ୍ଦିନରେ। ବୁଣାକାରଙ୍କୁ ମିଳୁନି ଉଚିତ ପ୍ରାପ୍ୟ । କୌଳିକ ବୃତ୍ତି ଛାଡିବାକୁ ହେଉଛନ୍ତି ବାଧ୍ୟ ହେଲେଣି ଅନେକ। ଅଧିକ ପଢନ୍ତୁ....

ବାଲେଶ୍ବର: କଳା କାରିଗରୀର ଜିଲ୍ଲା ବାଲେଶ୍ୱରର ଅନ୍ୟ ଏକ ଆକର୍ଷଣ ଜଳେଶ୍ବର ବ୍ଲକ ମାଙ୍କିଡ଼ିଆ ଗାଁର ଟସର ପାଟ । ଆଜିର ଆଧୁନିକ ଧାରାରେ ମଧ୍ୟ ତନ୍ତବୁଣା ଟସର ପାଟ ନିଜର ସ୍ବତନ୍ତ୍ରତା ଓ ଚାହିଦା ବଜାର ରଖିଛି । ଏହି ପାଟ କେବଳ ରାଜ୍ୟ କି ଦେଶରେ ନୁହେଁ, ବରଂ ସାରା ବିଶ୍ବରେ ବାଲେଶ୍ବରକୁ ଦେଇଛି ଭିନ୍ନ ଏକ ପରିଚୟ । କିନ୍ତୁ ଝଲମଲ ପାଟ ପ୍ରସ୍ତୁତି ପାଇଁ ଦିନଦିନ ଧରି କାମ କରୁଥିବା କାରୀଗର ଏବେ କିନ୍ତୁ ଦୁଃଖରେ । ଉପଯୁକ୍ତ ବଜାର ସୁବିଧା ନ ଥିବାରୁ ଖର୍ଚ୍ଚ ଓ ପରିଶ୍ରମ ତୁଳନାରେ ମିଳିପାରୁନି ପ୍ରାପ୍ୟ । ଯାହାକୁ ନେଇ କିଛି କାରିଗର ନିଜ କୌଳିକ ବୃତ୍ତି ପ୍ରତି ମୁହଁ ଫେରାଇବାକୁ ବାଧ୍ୟ ହେଲେଣି ।

ଦୁର୍ଦ୍ଦିନରେ ଟସର ପାଟ ବୁଣାକାର, କୌଳିକ ବୃତ୍ତିରୁ ଫେରାଇଲେଣି ମୁହଁ

ମାଙ୍କିଡ଼ିଆ ଗାଁର ପ୍ରାୟ ୫ ଶହ ପରିବାର ଦୀର୍ଘଦିନ ହେବା ଏହି କାର୍ଯ୍ୟ କରିଆସୁଛନ୍ତି । ମହାଜନ ପାଖରୁ ଆବଶ୍ୟକୀୟ ସାମଗ୍ରୀ ଆଣି ତାକୁ ତନ୍ତରେ ବୁଣି ଏକ ଆକର୍ଷଣୀୟ ପାଟ ତିଆରି ପାଇଁ 7ରୁ 8 ଦିନ ଲାଗିଥାଏ । କିନ୍ତୁ ଏକ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଲାଗୁଥିବାବେଳେ ଖଣ୍ଡେ ପାଟ ପାଇଁ ଏବେ କାରିଗର ପାଉଛି ମାତ୍ର ୭ ଶହ ଟଙ୍କା । ଏବେ ପୁଣି ବୋଝ ଉପରେ ନଳିତା ବିଡା ସାଝିଛି କୋରୋନା ମହାମାରୀ । ଉପଯୁକ୍ତ ବଜାର ଅଭାବରୁ ନିଜର ମଜୁରି ଗଣ୍ଡାକ ମଧ୍ୟ ପାଇବାକୁ ସଂଘର୍ଷ କରୁଛି କାରୀଗର ।

କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଅନେକ ଯୋଜନା । ତଥାପି ଏହି ପାରମ୍ପାରିକ କାରୀଗରଙ୍କ ଦୁର୍ଦ୍ଦଶା କେବେ ସରକାରଙ୍କ ଦୃଷ୍ଟିକୁ ଆସିଛି ଓ ଟସର ଶିଳ୍ପର ଦୁରାବସ୍ଥା ସୁଧୁରୁଛି ତାକୁ ହିଁ ଅପେକ୍ଷା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.