ମିଳୁନି ଉନ୍ନତ ସ୍ୱାସ୍ଥ୍ୟସେବା, କ୍ରିୟାନୁଷ୍ଠାନ କମିଟିର ଉଦବେଗ

author img

By

Published : Nov 29, 2022, 8:51 PM IST

ମିଳୁନି ଉନ୍ନତ ସ୍ବାସ୍ଥ୍ୟସେବା, କ୍ରିୟାନୁଷ୍ଠାନ କମିଟିର ଉଦବେଗ

ଉତ୍ତର ଓଡ଼ିଶାର ଜନସାଧାରଣଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଦାବି । ଏନେଇ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା । ଅଧିକ ପଢନ୍ତୁ

ବାଲେଶ୍ବର: ଉତ୍ତର ଓଡ଼ିଶାର ଜନସାଧାରଣଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଦାବି। ଏନେଇ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତିନିଦିନିଆ ଜନସଚେତନତା କାର୍ଯ୍ୟକ୍ରମ ପରେ ଶେଷରେ ଦିଆଯାଇଛି ଗଣଧାରଣା। ବାଲେଶ୍ବର ରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ମେଡିକାଲ କଲେଜରେ ବିଭିନ୍ନ ରୋଗର ଚିକତ୍ସା କରାଯାଉ ନ ଥିବା ହୋଇଛି ଅଭିଯୋଗ ।

ମିଳୁନି ଉନ୍ନତ ସ୍ବାସ୍ଥ୍ୟସେବା, କ୍ରିୟାନୁଷ୍ଠାନ କମିଟିର ଉଦବେଗ

ତେବେ ମେଡିକାଲ କଲେଜ ରେ ହୃଦରୋଗ, ସ୍ନାୟୁ ରୋଗ, ମୂତ୍ରାଶୟ ଜନିତ ଗୁରୁତର ରୋଗ ର ନିଦାନ ଓ ବିଶେଷଜ୍ଞ ନିଯୁକ୍ତି କରିବା ଭଳି ଦାବି ଉଠିଛି। ଜିଲ୍ଲା ରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରିବା, ମଜୁର ପ୍ରାପ୍ତ ଆୟୁଷ ହସ୍ପିଟାଲ, ନର୍ସିଙ୍ଗ ଓ ଫାର୍ମାସିଷ୍ଟ କଲେଜ ପ୍ରତିଷ୍ଠା ଓ ସମସ୍ତ ପ୍ରକାର ରୋଗ ନିରୂପଣ ଆଦି ଦାବିରେ ଗଣ ଧାରଣା ଦିଆଯାଇଥିଲା।

ଏନେଇ ଏହି ଗଣଧାରଣାରେ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ଜେନା , ବେଣୁଧର ବାରିକ, ନୀଳଗିରି ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡଙ୍ଗୀ, ପ୍ରଭାକର ସାହୁ , ନିରଞ୍ଜନ ପରିଡା, ନିରଞ୍ଜନ ରାଉତ, କମଳ ଚକ୍ରବର୍ତ୍ତୀ, କୁମୁଦ ରଞ୍ଜନ ଗିରି, ନାରାୟଣ ପ୍ରସାଦ ସାହୁ, ବିଧାନ ଚନ୍ଦ୍ର ରାୟ, ସରସ୍ବତୀ ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ଜେନା, ମିନତୀ ପ୍ରଧାନ, ଲକ୍ଷ୍ମୀ ପ୍ରିୟା ଜେନା କେଶବ ଚନ୍ଦ୍ର ପଣ୍ଡା ଓ ଉପଦେଷ୍ଟା ସୁବ୍ରତ କର ଓ ସୀତାରାମ ପ୍ରଧାନ ପ୍ରମୁଖ ଆଦି ସାମିଲ ହୋଇଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.