ବଞ୍ଚିବାକୁ ସାହାରା ଖୋଜୁଛନ୍ତି ସମାଜସେବୀ, ବୁଲି ବୁଲି ସାହାଯ୍ୟ ମାଗିଲେ ସ୍ବେଚ୍ଛାସେବୀ ସଂଗଠନ

author img

By

Published : Nov 24, 2022, 12:17 PM IST

ବଞ୍ଚିବାକୁ ସାହାରା ଖୋଜୁଛନ୍ତି ସମାଜସେବୀ, ବୁଲି ବୁଲି ସାହାଯ୍ୟ ମାଗିଲେ ସ୍ବେଚ୍ଛାସେବୀ ସଂଗଠନ

ବାଲେଶ୍ବରର ସମାଜସେବୀ ଭରତ ଭୂଷଣ ଦାସଙ୍କର ଦୁଇଟିଯାକ କିଡ୍‌ନୀ ନଷ୍ଟ ହୋଇଯାଇଛି । ତାଙ୍କୁ ଭଲ କରିବା ପାଇଁ ବାଲେଶ୍ଵର ଲୋକମଞ୍ଚ ଓ ହେଲପିଙ୍ଗ ସୋସାଇଟି ପକ୍ଷରୁ ବୁଲି ବୁଲି ସାହାଯ୍ୟ ମଗାଯାଉଛି । ଅଧିକ ପଢ଼ନ୍ତୁ

ବାଲେଶ୍ଵର: ସମାଜସେବୀ ଭରତ ଭୂଷଣ ଦାସ ଆଜି ଖୋଜୁଛନ୍ତି ବଞ୍ଚିବାର ସାହାରା । ସବୁବେଳେ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟୁଥିବା ବେଳେ ଆଜି କିନ୍ତୁ ସେ ଭାଙ୍ଗି ପଡିଛନ୍ତି । ଭରତଙ୍କର ଦୁଇଟିଯାକ କିଡ୍‌ନୀ ନଷ୍ଟ ହୋଇଯାଇଛି । ତେବେ ତାଙ୍କୁ ଭଲ କରିବା ପାଇଁ ବାଲେଶ୍ଵର ଲୋକମଞ୍ଚ ଓ ହେଲପିଙ୍ଗ ସୋସାଇଟି ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି ।

ବଞ୍ଚିବାକୁ ସାହାରା ଖୋଜୁଛନ୍ତି ସମାଜସେବୀ

ଜଣେ ଛାତ୍ର ନେତା ତଥା ସମାଜସେବୀ ଭାବେ ବାଲେଶ୍ଵରରେ ବେଶ ନାଁ କମେଇଛନ୍ତି ଭରତ ଭୂଷଣ ଦାସ । ବାଲେଶ୍ବର ମାଣିଖମ୍ବ ଅଞ୍ଚଳରେ ତାଙ୍କ ଘର । ସମାଜସେବାରେ ନିଜକୁ ଉତ୍ସର୍ଗ କରିଥିବା ଭରତ ଭୂଷଣଙ୍କ ଦୁଇଟି କିଡନୀ ନଷ୍ଟ ହେବା ପରେ ଭାଙ୍ଗି ପଡିଛନ୍ତି ସେ । ହଠାତ ଏମିତି ଏକ ପରିସ୍ଥିତି ଭିତରେ ଜୀବନ ଜୀଇଁବାକୁ ଯେ ପଡିବ ସେ କଥା କେବେବି ଭାବି ନଥିଲେ ଭରତ । କିଡନୀ ଦୁଇଟି ଅସ୍ତ୍ରୋପଚାର ଜରିଆରେ ଲଗାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆଉ ଏଥିପାଇଁ ପ୍ରାୟ 25ରୁ 30 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେବେ ଏତେ ଟଙ୍କା କେଉଁଠୁ ଆଣିବେ ସେହି ଚିନ୍ତାରେ ରହିଛନ୍ତି ଭରତ ।

ଏହାରି ଭିତରେ ତାଙ୍କୁ ଭଲ କରିବା ପାଇଁ ବାଲେଶ୍ଵର ଲୋକମଞ୍ଚ ଓ ହେଲପିଙ୍ଗ ସୋସାଇଟି ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି । ବାଲେଶ୍ଵର ଟାଉନ ଥାନା ପାଖରୁ ସିନେମା ଛକ ଯାଏଁ ଥିବା ଦୁଇ ପାର୍ଶ୍ବର ଦୋକାନୀଙ୍କ ପାଖରୁ ସାହାଯ୍ୟ ଭିକ୍ଷା କରାଯାଇଛି । ଯିଏ ଯାହା ପାରୁଛନ୍ତି ସେ ଏଥିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ସ୍ବେଚ୍ଛାସେବୀମାନେ ହାତରେ ଏକ ଡବା ଧରି ଏ ଦୋକାନରୁ ସେ ଦୋକାନ ବୁଲି ଭରତଙ୍କ ପାଇଁ ସାହାଯ୍ୟ ମାଗୁଛନ୍ତି । ତାଙ୍କ ସହ ନିଜେ ଭରତ ଭୂଷଣ ମଧ୍ୟ ସାମିଲ ହୋଇଥିଲେ । ସମସ୍ତଙ୍କୁ କେବଳ ଗୋଟିଏ ଜୀବନ ବଞ୍ଚାଇବା ପାଇଁ ଅନୁରୋଧ କରାଯାଉଛି । ଏଥିପାଇଁ ସମସ୍ତଙ୍କ ନିକଟରୁ ସାହାଯ୍ୟର ଭିକ୍ଷା ମଗାଯାଉଛି । ତେବେ ଭରତ ଭୂଷଣଙ୍କୁ ସବୁ ସ୍ତରରୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଦାବି କରାଯାଇଛି । ଭରତଙ୍କୁ ଯଦି କେହି ସାହାଯ୍ୟ କରିବାକୁ ଚାହୁଁଥାନ୍ତି ତେବେ ତାଙ୍କ ଆକାଉଣ୍ଟ ନମ୍ବରରେ ସହଯୋଗ କରିପାରିବେ ।

ବଞ୍ଚିବାକୁ ସାହାରା ଖୋଜୁଛନ୍ତି ସମାଜସେବୀ, ବୁଲି ବୁଲି ସାହାଯ୍ୟ ମାଗିଲେ ସ୍ବେଚ୍ଛାସେବୀ ସଂଗଠନ
ବଞ୍ଚିବାକୁ ସାହାରା ଖୋଜୁଛନ୍ତି ସମାଜସେବୀ, ବୁଲି ବୁଲି ସାହାଯ୍ୟ ମାଗିଲେ ସ୍ବେଚ୍ଛାସେବୀ ସଂଗଠନ

A/c Holder name:-BHARAT BHUSAN DAS

Bank Name-HDFC bank

A/c No-50100216045442

IFSC code: HDFC0000366

Phone pay:-9438561696

G Pay No-9438561696

Contact No-+91 7978924990

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.