ବନ୍ୟାଞ୍ଚଳରେ ଲୋକଙ୍କ କଥା ବୁଝୁଛନ୍ତି ନେତା

author img

By

Published : Sep 18, 2021, 10:07 PM IST

ବନ୍ୟାଞ୍ଚଳରେ ଲୋକଙ୍କ କଥା ବୁଝୁଛନ୍ତି ନେତା

ଲଘୁଚାପ ବର୍ଷା ଫଳରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳିର ଅନେକ ପଞ୍ଚାୟତର ଲୋକମାନେ ପାଣି ଘେରରେ ରହିଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ଦୁଃଖ କଥା ନେତାମାନେ ବୁଝୁଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ବାଲେଶ୍ବର: ଲଘୁଚାପ ବର୍ଷା ଫଳରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳିର ଅନେକ ପଞ୍ଚାୟତର ଲୋକମାନେ ପାଣି ଘେରରେ ରହିଛନ୍ତି । ଜିଲ୍ଲାର ଭୋଗରାଇ, ବାଲିଆପାଳ ଓ ସଦର ବ୍ଲକରେ ବହୁଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ବନ୍ୟାଞ୍ଚଳରେ ଲୋକଙ୍କ କଥା ବୁଝୁଛନ୍ତି ନେତା
ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ଦୁଃଖ କଥା ନେତାମାନେ ବୁଝୁଥିବା ଦେଖିବାକୁ ମିଳିଛି । ବାଲେଶ୍ଵର ସଦର ବିଧାୟକ ସ୍ୱରୂପ ଦାସ କୁରାଢ଼ିଆ ଓ ଛାନୁଆ ପଞ୍ଚାୟତରେ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ଫଳରେ ସମ୍ପୂର୍ଣ୍ଣ ପଞ୍ଚାୟତରେ ଗମନାଗମନ ବାଧାପ୍ରାପ୍ତ ହୋଇଥିବା ପରିଦର୍ଶନ କରି ଲୋକଙ୍କ କଥା ପଚାରି ବୁଝିଥିଲେ। କ୍ଷୟକ୍ଷତି ବାବଦରେ ଆଲୋଚନା କରିବା ସହ ବିପନ୍ନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ବନ୍ଦୋବସ୍ତ କରାଇଥିଲେ ।

ସେହିପରି ସଦର ଉପନିର୍ବାଚନର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ ଗୋପୀନାଥପୁର ପଞ୍ଚାୟତର ନିଳିଦା, ବାହାର୍ଦା, ନଲକୂଳି, ଅନାଳିଆ, ଟିଆଖିଆ, ଚକ ଜଗନ୍ନାଥପୁର ପ୍ରଭୃତି ଗ୍ରାମର ୧୫୦୦ରୁୁ ଉର୍ଦ୍ଧ୍ଵ ପରିବାର ପାଣି ଘେରରେ ଥିବା ପରିଦର୍ଶନ ସମୟରେ ତାଙ୍କ ନଜରକୁ ଆସିଥିଲା ।

ଏହାସହ ଚାଷ ଜମିରେ ପାଣି ମାଡ଼ି ଏକର ଏକର ଜମିର ଧାନ ନଷ୍ଟ ହୋଇଛି । ତୁରନ୍ତ ବିପନ୍ନ ମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ପ୍ରକାଶ ଯେ, ନିକଟରେ ବନ୍ୟା ଜଳରେ ଜଣେ ରୋଗୀଙ୍କୁ ଉଦ୍ଧାର କରିବା ନେଇ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.