ଶ୍ରମ କାର୍ଯ୍ୟାଳୟରେ ମିଳୁନି ଉଚିତ ସୁବିଧା, ଗର୍ଜିଲେ ସମୂହ ସଂଗଠନ

author img

By

Published : Dec 7, 2022, 4:56 PM IST

labour organization protest in balasore over various demand

ଶ୍ରମ କାର୍ଯ୍ୟାଳୟରେ ମିଳୁନି ଉଚିତ ସୁବିଧା । ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଦାବି ନେଇ ସ୍ଵାଧୀନ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ବାଲେଶ୍ବର: ଜିଲ୍ଲାର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ନିର୍ମାଣ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ଵାଧୀନ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନଙ୍କ ଶୋଭାଯାତ୍ରା ବାଲେଶ୍ଵର ରେଳ ଷ୍ଟେସନରୁ ଫକୀର ମୋହନ ଗୋଲେଇ ଦେଇ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଶ୍ରମ କାର୍ଯ୍ୟାଳୟରେ ମିଳୁନି ଉଚିତ ସୁବିଧା

ଦାବି ଗୁଡିକ ମଧ୍ୟରେ କେନ୍ଦ୍ର ସରକାର କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଆଇନକୁ (BOCWWA ) ଅନ୍ୟାନ୍ୟ ଆଇନ୍ ସହିତ ମିଶ୍ରଣ ଯୋଜନାକୁ ପ୍ରତ୍ୟାହାର କରିବା, ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ନବୀକରଣ ପାଇଁ କେବଳ ମାତ୍ର ଅନଲାଇନରେ ନକରାଯାଇ ଅଫ ଲାଇନ ବ୍ୟବସ୍ଥା ପ୍ରକ୍ରିୟାକୁ ଚାଲୁ କରାଯାଉ । ବିଭିନ୍ନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦାଖଲ କରାଯାଇଥିବା ଦରଖାସ୍ତ ଗୁଡିକୁ ଯାଞ୍ଚ କରି ତୁରନ୍ତ ପଞ୍ଜୀକରଣ କରିବା, ବିଭିନ୍ନ ସହାୟତା ଦେବାରେ ଅହେତୁକ ବିଳମ୍ବ ନକରି ଯଥାଶୀଘ୍ର ସମୟସୀମା ମଧ୍ୟରେ ପ୍ରଦାନ । ଆବେଦନ କରାଯାଇଥିବା ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତା ଓ ମେଡିକାଲ ସହାୟତା ତୁରନ୍ତ ପ୍ରଦାନ କରାଯିବାକୁ ଦାବି କରାଯାଇଛି । ସେହିପରି ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ତୁରନ୍ତ କାର୍ଯ୍ୟକାରୀ କରାଯାଉ ଓ ଘୋଷିତ ସମସ୍ତ ସହାୟତା ପ୍ରଦାନ କରାଯାଉ ।

୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ମାସିକ ୧୦,୦୦୦ ଟଙ୍କା ପେନସନ୍ । ପ୍ରତ୍ୟେକ କାର୍ଯ୍ୟ ଦିବସରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କଠାରୁ ବାର୍ଷିକ ଦେୟ ଗ୍ରହଣ କରାଯାଉ । କରୋନା ତଥା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ୩ବର୍ଷରୁ ଊର୍ଦ୍ଧ୍ବ ବାର୍ଷିକ ଦେୟ ପଇଠ କରିନଥିବା ନିର୍ମାଣ ଶ୍ରମିକମାନଙ୍କ ଆବେଦନକୁ ବିଚାର କରି ନବୀକରଣ କରାଯାଉ । ସେସ ଆଦାୟକୁ ଦୃଢଭାବରେ କାର୍ଯ୍ୟକାରୀ କରାଯାଉ । ନିର୍ମାଣ ଶ୍ରମିକମାନଙ୍କ ସ୍ବାର୍ଥକୁ ରକ୍ଷା କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନଙ୍କ ସହିତ OB&OCWWBର ବୈଠକ ଅନୁଷ୍ଠିତ ହୋଇ ଅଭିଯୋଗ ଓ ନିର୍ମାଣ ଶ୍ରମିକ ମାନଙ୍କର ସମସ୍ୟା ସମାଧାନ କରାଯାଉ । ଏଭଳି ଦାବି ଉପସ୍ଥାପନ କରି ସ୍ଵାଧୀନ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.