ଦୃଷ୍ଟିବାଧିତ ଫୁଟବଲ ମ୍ୟାଚ: ବାଲେଶ୍ବରର ଛାତ୍ରୀ ପଦ୍ମିନୀଙ୍କ କୃତିତ୍ବ, ସମ୍ବର୍ଦ୍ଧିତ କଲା ବିଦ୍ୟାଳୟ

author img

By

Published : Nov 17, 2022, 7:50 PM IST

ଦୃଷ୍ଟିବାଧିତ ଫୁଟବଲ ମ୍ୟାଚ: ବାଲେଶ୍ବର ଛାତ୍ରୀ ପଦ୍ମିନୀଙ୍କ କୃତିତ୍ବ, ସମ୍ବର୍ଦ୍ଧିତ କଲା ବିଦ୍ୟାଳୟ

ବାଲେଶ୍ବରର ଛାତ୍ରୀ ପଦ୍ମିନୀଙ୍କ କୃତିତ୍ବ । ବାଲେଶ୍ବର ଜିଲ୍ଲାର ରାଣୀପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମିନୀ ଟୁଡୁ ଭାରତୀୟ ଦୃଷ୍ଟିବାଧିତ ଫୁଟବଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ବାଲେଶ୍ବର: ବାଲେଶ୍ବରର ଛାତ୍ରୀ ପଦ୍ମିନୀଙ୍କ କୃତିତ୍ବ । ଜିଲ୍ଲାର 'ରାଣୀପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ'ର ଅଷ୍ଟମ ଶ୍ରେଣୀର ଛାତ୍ରୀ ପଦ୍ମିନୀ ଟୁଡୁ (Padmini Tudu) ଙ୍କୁ ସଫଳତା । ଭାରତୀୟ ଦୃଷ୍ଟିବାଧିତ ଫୁଟବଲ ଖେଳାଳି ପଦ୍ମିନୀ ଅଭ୍ୟାସ ମ୍ୟାଚରେ ୩ଟି ଗୋଲ୍ ସ୍କୋର କରି ତାଙ୍କର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ । ଏଥିଯୋଗୁଁ ଭାରତୀୟ ଦଳରେ ସାମିଲ ହୋଇ ପଦ୍ମିନୀ ଜାପନ ଦଳ ବିପକ୍ଷରେ ଖେଳିଥିଲେ । ଏଥିରେ ଭାରତୀୟ ଦଳ ରନର୍ସଅପ (Indian Blind Football Match) ହୋଇଥିଲା । ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଯୋଗୁଁ ପଦ୍ମିନୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ମହାରାଷ୍ଟ୍ରର ପୁନେଠାରେ ଅକ୍ଟୋବର ୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ କୋଚିଂ କ୍ୟାମ୍ପରେ ପଦ୍ମିନୀ ସଫଳତାର ସହ କୋଚିଂ ଶେଷ କରିଥିଲେ । ଅକ୍ଟୋବର ୨୯ ତାରିଖ ସକାଳେ ମହାରାଷ୍ଟ୍ରର କ୍ରୀଡା ମନ୍ତ୍ରୀଙ୍କ ସହିତ ଭାରତୀୟ ଦଳ ସାକ୍ଷାତ କରିଥିଲେ । ପରେ ୪ ଗୋଟି ଅଭ୍ୟାସ ମ୍ୟାଚରେ ପଦ୍ମିନୀ ମୋଟରେ ୩ଟି ଗୋଲ୍ ସ୍କୋର କରି ତାଙ୍କର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ । ପୁନଶ୍ଚ ନଭେମ୍ବର ୧୧ ଓ ୧୨ ତାରିଖରେ ପଦ୍ମିନୀ ଭାରତୀୟ ଦଳରେ ସାମିଲ ହୋଇ ଜାପାନ ଦଳ ବିରୋଧରେ ୨ଟି ମ୍ୟାଚ୍ ଖେଳିଥିଲେ ।

ଏହା ବି ପଢନ୍ତୁ- Indian Racing League: ଭାରତୀୟ ରାସ୍ତାରେ ପ୍ରଥମଥର ଦୌଡିବ ରେସିଂ କାର୍‌, ଘଣ୍ଟାପ୍ରତି ବେଗ ୨୫୦ କିମି

ଉକ୍ତ ମ୍ୟାଚରେ ଜାପାନ ଦଳ ଭାରତୀୟ ଦଳକୁ ଯଥାକ୍ରମେ ୨.୦ ଓ ୧.୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା ଏବଂ ଭାରତୀୟ ଦଳକୁ ରନର୍ସଅପ ଟାଇଟଲରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.