ଜିଲ୍ଲାପାଳଙ୍କ ସ୍କୁଲ ପରିଦର୍ଶନ, ପିଲାଙ୍କ ଉପସ୍ଥାନ ଦେଖି ଅସନ୍ତୋଷ ପ୍ରକାଶ

author img

By

Published : Dec 8, 2022, 6:45 PM IST

ସ୍କୁଲ ପରିଦର୍ଶନ ବେଳେ ଜିଲ୍ଲାପାଳଙ୍କ ନଜରରେ ପଡିଲା ପିଲା ସଂଖ୍ୟା

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ । ସ୍କୁଲରେ 5t କାର୍ଯ୍ୟ ଚାଲିଥିବା ବେଳେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଓ ରେମୁଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଗ୍ରାମ କେଶରୀ ପରିଡ଼ା ଅଚାନକ ସ୍କୁଲରେ ପହଞ୍ଚିଥିଲେ । ଅଧିକ ପଢ଼ନ୍ତୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ପରିଦର୍ଶନ । ସ୍କୁଲରେ 5t କାର୍ଯ୍ୟ ଚାଲିଥିବା ବେଳେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଓ ରେମୁଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଗ୍ରାମ କେଶରୀ ପରିଡ଼ା ଅଚାନକ ସ୍କୁଲରେ ପହଞ୍ଚିଥିଲେ । ସେଠାରେ ସ୍କୁଲର ସମସ୍ତ ନିର୍ମାଣ କାର୍ଯ୍ୟ ତଦାରଖ କରିଥିବା ବେଳେ ପିଲାମାନଙ୍କ ସହ କଥା ହୋଇଥିଲେ ।

ସ୍କୁଲ ପରିଦର୍ଶନ ବେଳେ ଜିଲ୍ଲାପାଳଙ୍କ ନଜରରେ ପଡିଲା ପିଲା ସଂଖ୍ୟା

ଏହି ସମୟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଶ୍ରେଣୀଗୃହରେ ଭେଟିବା ପରେ ବହୁତ କମ୍ ଛାତ୍ରୀ ଉପସ୍ଥିତ ଥିବାର ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର ହୋଇଥିଲା । ନବମ ଶ୍ରେଣୀରେ ସର୍ବମୋଟ ପିଲା ସଂଖ୍ୟା ୭୭ । ତେବେ ବିଦ୍ୟାଳୟରେ ୨୫ରୁ ଅଧିକ ସଂଖ୍ୟକ ପିଲା ଅନୁପସ୍ଥିତ ଥିଲେ । ଶ୍ରେଣୀଗୃହରେ ପିଲାଙ୍କ ସଂଖ୍ଯା କମ ରହିଥିବା ଦେଖି ସ୍କୁଲର ପ୍ରଧାନଶିକ୍ଷକ ରୋହିତ କୁମାର ପାଣିଗ୍ରାହୀଙ୍କୁ କାରଣ ପଚାରିଥିଲେ ।

ଏହାସହ ପିଲାଙ୍କ ଉପସ୍ଥାନ କମ ରହିବା ନେଇ ଉପଯୁକ୍ତ ଯାଞ୍ଚ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଜିଲ୍ଲାପାଳ ଜଣାଇଛନ୍ତି । ସ୍କୁଲକୁ ପିଲା କାହିଁକି ଆସୁନାହାନ୍ତି ଏନେଇ ଡିଇଓଙ୍କୁ ତଦନ୍ତ କରିବାକୁ କୁହାଯାଇଛି। ତଦନ୍ତ ପରେ ଯିଏ ଦୋଷୀ ଥିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.