ମାର୍କୋଣା ଆଦର୍ଶ ବସଷ୍ଟାଣ୍ଡ ନିର୍ମାଣ ପାଇଁ ମାଟିରେ ମିଶିଲା 12 ଘର

author img

By

Published : Nov 17, 2022, 12:25 PM IST

ଉଚ୍ଛେଦ ପରିବାରର ଦୁଃଖ, ଖାଦ୍ୟ ବାଣ୍ଟିଲା ବିଜୁ ପରିବାର

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ୍ ମାର୍କୋଣାରେ ଆଦର୍ଶ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଅଧିକ ପଢନ୍ତୁ

ବାଲେଶ୍ବର:ସିମୁଳିଆ ବ୍ଲକ୍ ମାର୍କୋଣାରେ ଆଦର୍ଶ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରି । ଏଥିପାଇଁ ଜବରଦଖଲ କରିଥିବା ୧୨ଟି ପରିବାରଙ୍କୁ କରାଯାଇଛି ଉଚ୍ଛେଦ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ଅତିରିକ୍ତ ତହସିଲଦାର, ସିମୁଳିଆ ପୋଲିସ ଉପସ୍ଥିତ ଥିବା ବେଳେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

ଉଚ୍ଛେଦ ପରିବାରର ଦୁଃଖ, ଖାଦ୍ୟ ବାଣ୍ଟିଲା ବିଜୁ ପରିବାର

ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୨ ଏକର ଜମି ଚିହ୍ନଟ କରାଯାଇଥିଲା । ଏହି ଜମିରେ ୨୫ବର୍ଷ ଧରି ଜବରଦଖଲ କରିଥିବା ୧୨ ପରିବାରଙ୍କୁ ଉଚ୍ଛେଦ କରାଯାଇଛି । ସେମାନଙ୍କୁ ଆଇନ ଅନୁଯାୟୀ ଥଇଥାନ କରିବା ପରେ ଉଚ୍ଛେଦ କରାଯାଇଥିବା ସୂଚନା ମିଳିଛି । ୧୨ ପରିବାରର ପ୍ରାୟ ୫୦ଜଣ ଲୋକେ ବାସଚ୍ୟୁତ ହୋଇଛନ୍ତି ।

ଏଠାରେ ରହୁଥିବା କିଛି ଆଦିବାସୀ ପରିବାରଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ପ୍ରଶାସନ ଦ୍ୱାରା ପଲିଥିନ ଓ କିଛି ସାମଗ୍ରୀ ପ୍ରଦାନ କରିଛନ୍ତି । ଏହି ସ୍ଥାନରେ ବସବାସ କରୁଥିବା ପରିବାରଙ୍କୁ ଅନ୍ୟତ୍ର ସ୍ଥାୟୀ ପଟ୍ଟା ଦିଆଯାଇ ନଥିବାରୁ ଚିନ୍ତାବ୍ୟକ୍ତ କରିଛନ୍ତି । ରାତି ହେଲେ ଶୀତ କାକରରେ ପିଲା ଛୁଆ, ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ନେଇ କେଉଁଠି ରଖିବେ ଖାଇବେ କଣ ତାହାକୁ ନେଇ ଅଭିଯୋଗ ଆଣିଛନ୍ତି । ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ବିଜୁ ପରିବାର ପକ୍ଷରୁ ଉଚ୍ଛେଦ ପରିବାର ଲୋକଙ୍କୁ 7 ଦିନର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।

ଇଟିଭି ଭାରତ, ବାଲଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.