ଗୁପ୍ତତଥ୍ୟ ପ୍ରଘଟ ମାମଲା; ଆଲୋଚନା କଲେ DRDO ସିକ୍ୟୁରିଟି ଚିଫ୍ ଓ ଆଇଜି

author img

By

Published : Sep 17, 2021, 3:15 PM IST

ChandiPur ITR

ବାଲେଶ୍ଵର ଚାନ୍ଦିପୁର ପ୍ରତିରକ୍ଷା ମନ୍ତ୍ରଣାଳୟର ଗୁପ୍ତତଥ୍ୟ ପାକିସ୍ଥାନକୁ ପ୍ରଦାନ ମାମଲା । ଘଟଣାକୁ ନେଇ ପୁରା ଆକ୍ସନ ମୁଡରେ ଅଛି ପୋଲିସ ସମେତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ଅଧିକ ପଢନ୍ତୁ...

ବାଲେଶ୍ବର: ବାଲେଶ୍ଵର ଚାନ୍ଦିପୁର ପ୍ରତିରକ୍ଷା ମନ୍ତ୍ରଣାଳୟର ଗୁପ୍ତତଥ୍ୟ ପାକିସ୍ଥାନକୁ ପ୍ରଦାନ ମାମଲା । ଘଟଣାକୁ ନେଇ ପୁରା ଆକ୍ସନ ମୁଡରେ ଅଛି ପୋଲିସ ସମେତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)

ପ୍ରତିରକ୍ଷା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲା; ଡିଆରଡିଓ CSO ଓ IG ଙ୍କ ଆଲୋଚନା

ତେବେ ଅଧିକ ତଦନ୍ତର ଆବଶ୍ୟକତା ଥିବାବେଳେ, ଏହାକୁ ଗୁରୁତର ସହ ନେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ । ଏନେଇ ଆଇଜି ଲାଲ ଆଜି ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ର(ଡିଆରଡିଓ) ର ମୁଖ୍ୟ ସୁରକ୍ଷା ଅଧିକାରୀ ( ସିଏସଓ)ଙ୍କ ସହ ବୈଠକ କରିଛନ୍ତି । ଓଡିଶା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ଏବେ ମାମଲାର ତଦନ୍ତ କରୁଛି । ତେବେ ତଦନ୍ତରେ ସହଯୋଗ ଓ ଅନ୍ୟ କିଛି ପ୍ରସଙ୍ଗରେ ଆଇଜି ଲାଲ ଓ ଡିଆରଡିଓ ସିଏସଓଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।

ଏହାବାଦ ଜାତୀୟ ସୁରକ୍ଷା ସହ ଘଟଣାର ସମ୍ପର୍କ ଥିବାରୁ ଗତକାଲି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ର ଏକ ଟିମ ମଧ୍ୟ ବାଲେଶ୍ବରର ଆସି ତଦନ୍ତ କରୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.