ଆଶା କର୍ମୀଙ୍କୁ ସରକାରଙ୍କ ଅବହେଳା ଅଭିଯୋଗ, ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

author img

By

Published : Dec 3, 2022, 10:44 AM IST

ଆଶା କର୍ମୀଙ୍କୁ ସରକାରଙ୍କ ଅବହେଳା ଅଭିଯୋଗ, ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ବାଲେଶ୍ୱର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ 10 ଦଫା ଦାବି ନେଇ ଧାରଣା ଦେଇଥିଲା ରାଜ୍ୟ ଆଶା କର୍ମୀ ସଙ୍ଘ । ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ପ୍ରତିଶ୍ରୁତି କ୍ରମେ ଧାରଣା ପ୍ରସମିତ ହୋଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

ବାଲେଶ୍ୱର: ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣାରେ ବସିଥିଲେ ଶତାଧିକ ଆଶା କର୍ମୀ । ବାଲେଶ୍ୱର ଜିଲ୍ଲା ସୋର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ 10 ଦଫା ଦାବି ନେଇ ଧାରଣା ଦେଇଥିଲା ରାଜ୍ୟ ଆଶା କର୍ମୀ ସଙ୍ଘ । ଆଶା କର୍ମୀମାନେ ଧାରଣାରେ ବସି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ ।

ଆଶା କର୍ମୀମାନଙ୍କୁ ବିଭିନ୍ନ କାର୍ଯ୍ୟରେ ରାଜ୍ୟ ସରକାର ନିୟୋଜିତ କରୁଥିଲେ ମଧ୍ୟ ଏମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ଆଣିଛି ଆଶା କର୍ମୀ ସଙ୍ଘ । ସରକାର ଆଶା କର୍ମୀମାନଙ୍କୁ ସେମାନଙ୍କ ହକ୍‌ରୁ ବଞ୍ଚିତ କରିଥିବା ଅଭିଯୋଗ ହୋଇଛି । ସରକାରୀ ମାନ୍ୟତା, ମାସିକ ଅଠର ହଜାର ଟଙ୍କା ଦରମା, ସ୍ୱାସ୍ଥ୍ୟ ବୀମା ପରି 10 ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ଆଶା କର୍ମୀ । ଏହା ସହିତ କୋଭିଡ ସମୟରେ ସ୍ବାସ୍ଥ୍ୟସେବା ଯୋଗାଇଥିବା ଆଶାକର୍ମୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ପ୍ରତିଶ୍ରୁତି କ୍ରମେ ଧାରଣା ପ୍ରସମିତ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.