17 ଦଫା ଦାବିରେ ଗର୍ଜିଲେ ଅଙ୍ଗନବାଡ଼ି ଦିଦି

author img

By

Published : Nov 22, 2022, 7:51 PM IST

17 ଦଫା ଦାବିରେ ଗର୍ଜିଲେ ଅଙ୍ଗନବାଡ଼ି ଦିଦି

17 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଅଙ୍ଗନବାଡି ଦିଦି । ଜିଦରେ ଅଟଳ ଅଙ୍ଗନବାଡ଼ି ଦିଦି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି ଦିଦିଙ୍କ ବିକ୍ଷୋଭ । ଅଧିକ ପଢ଼ନ୍ତୁ

ବାଲେଶ୍ଵର : 17 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଅଙ୍ଗନବାଡି ଦିଦି (Anganwadi workers protest demanding over various issue) । ନିଜ ଜିଦରେ ଅଟଳ ଅଙ୍ଗନବାଡ଼ି ଦିଦି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି ଦିଦିଙ୍କ ବିକ୍ଷୋଭ । ଏନେଇ ଆଜି ସକାଳୁ ବାଲେଶ୍ଵର ଷ୍ଟେସନ ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ନିଜ ହକ୍ ମାଗିଥିଲେ । ବର୍ତ୍ତମାନ ବଜାରରେ ଅଣ୍ଡା ଦର ଯେତିକି ସରକାରୀ ସ୍ତରରେ ସେତିକି ଟଙ୍କାରେ ରାନ୍ଧିକି ଦେବାପାଇଁ ନିର୍ଦ୍ଦେଶ ମିଳିଛି । ହେଲେ ତାହା ସମ୍ଭବ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଦି ।

17 ଦଫା ଦାବିରେ ଗର୍ଜିଲେ ଅଙ୍ଗନବାଡ଼ି ଦିଦି

ଏନେଇ ବଜାର ଦରବୃଦ୍ଧି ସାଙ୍ଗକୁ ଖାଇବା ପାଇଁ ମିଳୁଥିବା ଅର୍ଥର ପରିମାଣ ବଢ଼ାଇବା ପାଇଁ ଦାବି ହୋଇଛି (Anganwadi workers protest) । ସେହିପରି 2017 ମସିହାରୁ ଅଙ୍ଗନବାଡି ଦିଦିମାନଙ୍କୁ TA ପ୍ରଦାନ କାରାଯାଇନାହିଁ । ଅନେକ ସ୍ଥାନରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଖେଳନା ପ୍ରଦାନ କରାଯାଇ ନାହିଁ, ଜଳେଶ୍ବର ବ୍ଲକରେ ସିଡିପିଓ ପଦ ଦୀର୍ଘଦିନ ଧରି ଫାଙ୍କା ପଡିଥିବା ବେଳେ ତୁରନ୍ତ ପୂରଣ ପାଇଁ ଦାବି ହୋଇଛି । ସେହିପରି କର୍ମୀଙ୍କ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନିଆ ନଯାଉ, ମାସିକ 26 ହଜାର ଟଙ୍କା ଦରମା ପ୍ରଦାନ କରିବା, ବୀମା ଯୋଜନାରେ ସାମିଲ କରାଇବା ଭଳି ଦାବି ଉପସ୍ଥାପନ କରାଯାଇଛି ।

ଏହାମଧ୍ୟ ପଢ଼ନ୍ତୁ.ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନବାଡ଼ି କର୍ମୀ

ଏ ସମ୍ପର୍କରେ AITUCର ରାଜ୍ୟ ସମ୍ପାଦକ ଜୟନ୍ତ ଦାସ କହିଛନ୍ତି, ''ଅଙ୍ଗନବାଡ଼ି ଦିଦି ମାନଙ୍କୁ ସରକାର ଯେତିକି ଘୋଷିତ ବ୍ୟବସ୍ଥା କରିଛନ୍ତି ସେହି ଅନୁସାରେ ଦେଉ ନାହାଁନ୍ତି । ମୋବାଇଲରେ ଦିଦି ମାନଙ୍କୁ ଟ୍ରାକରରେ ରଖିଛନ୍ତି । ଯେମିତି ଉଗ୍ରପନ୍ଥୀଙ୍କୁ ସର୍ଭେଲାନ୍ସରେ ରଖାଯାଏ । ଅଙ୍ଗନବାଡ଼ି ଦିଦିମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ କରୁଛନ୍ତି । ବଜାର ଦର ଯାହା ହେଲାଣି ସେମାନେ 8ଟଙ୍କା ଦେଉଛନ୍ତି ଗୋଟେ ମିଲ୍ ଖାଇବା ପାଇଁ । ଯେଉଁଠି ଗୋଟିଏ ଅଣ୍ଡାର ଦାମ 8 ଟଙ୍କା ଥିବା ବେଳେ କିପରି ସେମାନେ ଏହାକୁ ରୋଷେଇ କରି ଖାଇବାକୁ ଦେବେ ବୋଲି ପ୍ରଶ୍ନ କରିଛନ୍ତି ।

ଏଭଳି ଭାବେ 17 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଛୁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଉପସ୍ଥାପନା କରିବୁ । ତେଣୁ ଜିଲ୍ଲାସ୍ତରରେ ଯେଉଁ ସମସ୍ୟା ଲାଗି ରହିଛି ଯେପରିକି ଜଳେଶ୍ବରରେ ବ୍ଲକରେ ସିଡିପିଓ ନାହାଁନ୍ତି, କିରାଣୀ ନାହାଁନ୍ତି, ବାଲିଆପାଳ ବ୍ଲକେର ଅଧିକାଂଶ ବ୍ଲକକୁ ଖେଳନା କିଟି ଦିଆଯାଇନି କି ଫାଷ୍ଟଏଡ କିଟ ଦିଆଯାଇନି । ସେହିପରି ଖଇରା ବ୍ଲକରେ ଅଙ୍ଗନବାଡ଼ି ଦିଦିମାନଙ୍କୁ ଟିଏ ଦିଆଯାଇନି । ତେଣୁ ଏଭଳି ଯେଉଁ ସମସ୍ୟା ଲାଗି ରହିଛି ସେଥିରେ ଜିଲ୍ଲାପାଳ ହସ୍ତକ୍ଷେପ କରି ତୁରନ୍ତ ଏହାର ସମାଧା କରନ୍ତୁ । ନଚେତ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ।''

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.