ଗିରଫଦାରୀ ଭୟରେ ନାଳକୁ ଡେଇଁ ଯୁବକ ମୃତ

author img

By

Published : Sep 21, 2021, 1:10 PM IST

ଗିରଫଦାରୀ ଭୟରେ ନାଳକୁ ଡେଇଁ ଯୁବକ ମୃତ

ଗିରଫଦାରୀ ଭୟରେ ନାଳକୁ ଡେଇଁ ଆଖି ବୁଜିଲେ ଯୁବକ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା କଣ୍ଟିଆଚିରା ନାଳ ସୁଟିଂ ପାହୀ ନିକଟର ଘଟଣା । ଅଧିକ ପଢନ୍ତୁ...

ବାଲେଶ୍ବର: ପୋଲିସଠୁ ଖସିବାକୁ ଯାଇ ନାଳକୁ ଡେଇଁଲେ ଯୁବକ । ହେଲେ ପ୍ରଖର ସ୍ରୋତରେ ଭାସିଯାଇ ଯୁବକଙ୍କ ଘଟିଲା ମୃତ୍ୟୁ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା କଣ୍ଟିଆଚିରା ନାଳ ସୁଟିଂ ପାହୀ ନିକଟରେ ଘଟିଛି ଏହି ଅଭାବନୀୟ କାଣ୍ଡ । ମୃତ ଯୁବକ ସପନ ମାଝୀ ।

ଗିରଫଦାରୀ ଭୟରେ ନାଳକୁ ଡେଇଁ ଯୁବକ ମୃତ

ସୂଚନା ଅନୁଯାୟୀ, ସୋମବାର ଅବକାରୀ ବିଭାଗର ଏକ ଟିମ୍ ଚୋରା ମଦ କାରବାର ସ୍ଥଳରେ ରେଡ୍ କରିଥିଲା । ୫ ଶହ ଲିଟର ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲା । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ପୁରୁଣା ବାଲେଶ୍ବର ଅଞ୍ଚଳର ସପନ ମାଝୀ ଗିରଫ ଭୟରେ ନାଳକୁ ଡେଇଁ ପଡିଥିଲେ । ହେଲେ ଡ୍ରେନର ପ୍ରଖର ଜଳସ୍ରୋତରେ ଯୁବକ ଜଣକ କେଉଁଆଡେ ଭାସି ଯାଇଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା ।

ଏହାପରେ ସନ୍ଧ୍ୟାରେ କଳାମାଟିଆ ପାହି ଅଞ୍ଚଳରୁ ଉଦ୍ଧାର ହୋଇଥିଲା ଯୁବକଙ୍କ ମୃତଦେହ । ସେପଟେ ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.