ତଥ୍ୟ ଲିକ୍ ଅଭିଯୋଗରେ ଚାନ୍ଦିପୁର DRDOର 4 ଠିକା କର୍ମଚାରୀ ଗିରଫ

author img

By

Published : Sep 14, 2021, 3:55 PM IST

Updated : Sep 14, 2021, 7:08 PM IST

ତଥ୍ୟ ଲିକ୍ ଅଭିଯୋଗରେ ଚାନ୍ଦିପୁର DRDOର 4 ଠିକା କର୍ମଚାରୀ ଅଟକ

ଚାନ୍ଦିପୁର ଡିଆରଡିଓର 4 ଠିକା କର୍ମଚାରୀ ଗିରଫ । ପ୍ରତିରକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ କରିଥିବା ଅଭିଯୋଗରେ ଗିରଫ କରିଛି ବାଲେଶ୍ବର ପୋଲିସ । ଅଧିକ ପଢନ୍ତୁ...

ବାଲେଶ୍ବର: ଚାନ୍ଦିପୁର DRDOର 4 ଠିକା କର୍ମଚାରୀ ଗିରଫ । ସେମାନେ ପ୍ରତିରକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ କରିଥିବା ଅଭିଯୋଗ ହୋଇଥିଲା । ଏହି ଚାରି ଜଣଙ୍କର ପାକିସ୍ତାନ ସହ ଲିଙ୍କ୍ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତଥ୍ୟ ପ୍ରଦାନ ପାଇଁ ସେମାନଙ୍କୁ ବୈଦେଶିକ ମୁଦ୍ରା ମିଳୁଥିଲା । ଅଭିଯୁକ୍ତଙ୍କ ପରିଚୟ ପୋଲିସ ପ୍ରକାଶ କରିନଥିବା ବେଳେ ଘଟଣାରେ ଅଧିକ ଖୋଳତାଡ୍ ଚାଲିଛି ।

ତଥ୍ୟ ଲିକ୍ ଅଭିଯୋଗରେ ଚାନ୍ଦିପୁର DRDOର 4 ଠିକା କର୍ମଚାରୀ ଗିରଫ

ଅଭିଯୁକ୍ତମାନେ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ଚାନ୍ଦିପୁର ଆଇଟିଆରରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ଅଟନ୍ତି । ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ଆଇଜିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପୋଲିସ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଥିଲା । ସୋମବାର ବିଳମ୍ବିତ ରାତିରେ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ସେମାନଙ୍କୁ ଘରୁ ଉଠାଇ ଆଣିଥିଲା ଏବଂ ପଚରାଉଚରା କରିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated :Sep 14, 2021, 7:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.