ହତ୍ୟା ଅଭିଯୋଗରେ 12 ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

author img

By

Published : Dec 6, 2022, 10:03 PM IST

Etv Bharat

ଦୀର୍ଘ ୫ ବର୍ଷ ପରେ ବହୁ ଚର୍ଚ୍ଚିତ ଗବଗାଁର ଯୁବକ ଜୟନ୍ତ ଦାସ ମର୍ଡର ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି । ଏହି ମାମଲାରେ ୧୨ ଜଣ ଆଜୀନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ

ବାଲେଶ୍ବର: ଦୀର୍ଘ ୫ ବର୍ଷ ପରେ ବହୁ ଚର୍ଚ୍ଚିତ ଗବଗାଁର ଯୁବକ ଜୟନ୍ତ ଦାସ ମର୍ଡର ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଏହି ମାମଲାରେ ୧୨ ଜଣ ଆଜୀନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି କୋର୍ଟ । ନିର୍ଦୋଷରେ ଖଲାସ ହୋଇଥିବା ଯୁବକ ଜଣକ ହେଲେ ଅଭିଜିତ ସିହ୍ନା। ସମସ୍ତ ଦସ୍ତାବିଜ, ସାକ୍ଷୀଙ୍କ ବୟାନକୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ସଞ୍ଜୀବ କୁମାର ସାମନ୍ତ ଏହି ରାୟ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ୨୦୧୭ ମାର୍ଚ୍ଚ ୩ ତାରିଖରେ ପୁରୁଣା ବାଲେଶ୍ଵର ମଠ ଛକ ନିକଟରେ ଥିବା ଏକ ସେଲୁନରେ ଗବଗାଁର ଅଭିମନ୍ୟୁ ଦାସଙ୍କ ପୁଅ ଜୟନ୍ତ ଦାସ (୨୨), ଚନ୍ଦ୍ରମୋହନ ଦାସଙ୍କ ପୁଅ ସତ୍ୟରଞ୍ଜନ (୨୪) ଦିନ ୧ଟା ବେଳେ ଖିଅର ହେବାକୁ ଆସିଥିଲେ। ସେମାନେ ଖିଅର ହେଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାତ୍ରପଡ଼ା, ପୁରୁଣା ବାଲେଶ୍ବର ସମେତ ବିଭିନ୍ନ ଅଞ୍ଚଳର ୧୩ ଜଣ ଯୁବକ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଖବର ପାଇ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।

ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ବାଟରେ ଜୟନ୍ତଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଜୟନ୍ତଙ୍କ ସମ୍ପର୍କୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଟାଉନ ଥାନାରେ କେସ ନଂ ୬୪/୧୭ରେ ମାମଲା ରୁଜୁ କରାଯାଇ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲା ଅତିରିକ୍ତ ଜିଲ୍ଲା ଦୌରାଜଜ (ଏସ୍ଟି କେସ ନଂ ୮-୨୨୪, ୨୦୧୭)ଙ୍କ ଅଧିନରେ ବିଚାରାଧିନ ଥିଲା।

ତେବେ ସମସ୍ତ ସାକ୍ଷୀଙ୍କ ବୟାନ, ଦସ୍ତାବିଜଙ୍କୁ ପ୍ରମାଣ ଆକାରରେ ଗ୍ରହଣ କରି ବିଚାରପତି ସାମନ୍ତ ଅଭିଜିତଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଆଜୀବନ କାରାଦଣ୍ଡ (୩୦୨ ପାଇଁ ଆଜୀବନ କାରାଦଣ୍ଡ ସହ ୫୦ ଟଙ୍କା ହଜାର, ୩୦୭ ପାଇଁ ୧୦ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାରରେ ଦଣ୍ଡିତ କରିବା ସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ହେଲେ ୨ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବେ ବୋଲି ଏହି ରାୟରେ ସ୍ପଷ୍ଟ କରାଯାଇଛି । ସରକାରୀ ପିପି ପ୍ରଶାନ୍ତ କୁମାର ମଲ୍ଲିକ ଏହି ମାମଲା ପରିଚାଳନା କରିଥିଲେ। ତେବେ ଅଭିଜିତଙ୍କ ପାଇଁ ଆଇନଜୀବି ବିଶ୍ବରଞ୍ଜନ ନାୟକ, ଦେବବ୍ରତ ଦାସ ମାମଲା ଲଢୁଥିଲେ ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.