୨୭ରେ ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ପାଳନ ହେବ ୧୨ ଘଣ୍ଟିଆ ବନ୍ଦ

author img

By

Published : Sep 21, 2021, 10:35 PM IST

୨୭ରେ ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ପାଳନ ହେବ ବନ୍ଦ, ସୂଚନା ଦେଲା ପଶ୍ଚିମ ଓଡିଶା କ୍ରିୟାନୁଷ୍ଠାନ କମିଟି

ଆସନ୍ତା 27 ତାରିଖରେ ଭାରତ ବନ୍ଦ ଡାକରାକୁ ସମର୍ଥନ ଦେବ ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି । ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ନେଇ ସମିତିର ସୂଚନା । ଅଧିକ ପଢନ୍ତୁ...

ବଲାଙ୍ଗୀର: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କୃଷକ ମୋର୍ଚ୍ଚା ଆସନ୍ତା 27 ତାରିଖ ଭାରତ ବନ୍ଦ ଡାକରା ଦେଇଛି । ତେବେ ଏହାକୁ ସମର୍ଥନ ଜଣାଇ ବଲାଙ୍ଗୀର ଓ ସୋନପୁର ଜିଲ୍ଲା ମଧ୍ୟ ବନ୍ଦ ରଖିବାର ନିଷ୍ପତ୍ତି ନେଇଛି କୃଷକ ସମନ୍ଵୟ ସମିତି ।

୨୭ରେ ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ପାଳନ ହେବ ବନ୍ଦ, ସୂଚନା ଦେଲା ପଶ୍ଚିମ ଓଡିଶା କ୍ରିୟାନୁଷ୍ଠାନ କମିଟି୨୭ରେ ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ପାଳନ ହେବ ବନ୍ଦ, ସୂଚନା ଦେଲା ପଶ୍ଚିମ ଓଡିଶା କ୍ରିୟାନୁଷ୍ଠାନ କମିଟି

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି କିଛି କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେବେ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇ ଆସନ୍ତା 27 ତାରିଖରେ ବଲାଙ୍ଗୀର ଜିଲ୍ଲା ତଥା ସୁବର୍ଣ୍ଣପୁର ଜିଲ୍ଲାକୁ 12 ଘଣ୍ଟିଆ ବନ୍ଦ କରିବାର ନିଷ୍ପତ୍ତି ନେଇଛି ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି । ତେବେ ଏହି ବନ୍ଦ ପାଳନ ସମୟରେ ଜରୁରୀ ସେବା ଛାଡି ସବୁ ବନ୍ଦ ରହିବ ବୋଲି ସଂଗଠନ କହିଛି । ଯେଉଁଥିରେ ସ୍କୁଲ କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରାଯିବା ନେଇ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଗତ 9 ମାସ ହେବ ଆନ୍ଦୋଳନ କରୁଛି। ଏହି ଦାବିକୁ ସମର୍ଥନ କରି ସୋନପୁର ବଲାଙ୍ଗୀର ଜିଲ୍ଲାର ବିଭିନ୍ନ କୃଷକ ସଂଗଠନମାନେ ମିଳିତ ଭାବରେ କୃଷକ ସମନ୍ଵୟ ସମିତି ଗଠନ କରିଛନ୍ତି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.