Vigilance Raid: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସିନ୍ଧେକେଲା IIC
Updated on: Dec 4, 2022, 6:43 PM IST

Vigilance Raid: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସିନ୍ଧେକେଲା IIC
Updated on: Dec 4, 2022, 6:43 PM IST
ଭିଜିଲାନ୍ସ ଜାଲରେ ଥାନା ବାବୁ । ଲାଞ୍ଚ ନେବା ବେଳେ ବଲାଙ୍ଗୀର ସିନ୍ଧେକେଲା ଆଇଆଇସିଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ । ଅଧିକ ପଢନ୍ତୁ
ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପୁଣି ଜଣେ ପୋଲିସ ଅଧିକାରୀ (Vigilance Raid in Balangir) । ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସିନ୍ଧେକେଲା ଆଇଆଇସି ଆଲୋକ ବେହେରା (Sindhekela IIC Alok Behera) । ସେପଟେ ଜିଲ୍ଲାର ଆଉ ୨ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ବଲାଙ୍ଗୀର ଭିଜିଲାନ୍ସ ଟିମ ।
ଏହା ବି ପଢନ୍ତୁ- ପୁତୁରା ଗୁଳିମାଡରେ ଖୁଡି ଗୁରୁତର
ମିଳିଥିବା ସୂଚନା ଅନୁସାରେ, ଗତ ୨୦୨୦ର ଏକ ମାମଲାକୁ ରଫା ଦଫା କରିବା ପାଇଁ ସେ କଣ୍ଟାବାଞ୍ଜିର ଜଣେ ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ଘଡେଇଙ୍କଠୁ ଟଙ୍କା ଦାବି କରିଥିଲେ। ଯାହାର ଭିଜିଲାନ୍ସ ପାଖରେ ଅଭିଯୋଗ ହେବା ପରେ ଆଜି ସେ ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ନେଉଥିବା ବେଳେ ବରଗଡ ଭିଜିଲାନ୍ସ ଟିମ ଥାନା ଅଧିକାରୀ ଆଇଆଇସି ଆଲୋକ କୁମାର ବେହେରାଙ୍କୁ ଧରିଛି । ଏକକାଳୀନ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛି । ଯେଉଁଥିରେ ବଲାଙ୍ଗୀର ସିନ୍ଧେକେଲା ପୋଲିସ ଷ୍ଟେସନ, ତାଙ୍କର ସରକାର ଆବାସ ଓ କଟକ ଓଲଟପୁର ଅନ୍ତର୍ଗତ ଅୱାଲପୁର ସ୍ଥିତ ତାଙ୍କର ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏହି ମାମଲାରେ ତଦନ୍ତ ଜାରି ରହିଥିବାର ଭିଜିଲାନ୍ସ ସୂଚନା ଦେଇଛି ।
ଇଟିଭି ଭାରତ, ବଲାଙ୍ଗୀର
