ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ

author img

By

Published : Nov 26, 2021, 8:09 PM IST

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ

ଦୀର୍ଘ ଚାରି ଦିନ ହେବ ରାଜ୍ୟର 17 ଟି ଜିଲ୍ଲାର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନ କରୁଛନ୍ତି । ୫ ଦଫା ଦାବି ନେଇ ଚାଲିଛି ବିକ୍ଷୋଭ । ଅଧିକ ପଢନ୍ତୁ

ବଲାଙ୍ଗୀର: ଦୀର୍ଘ ଚାରି ଦିନ ହେବ ରାଜ୍ୟର 17ଟି ଜିଲ୍ଲାର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନ କରୁଛନ୍ତି । ବଲାଙ୍ଗୀରରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ପାଞ୍ଚ ଦଫା ଦାବି ପୂରଣ ନ ହେବାରୁ ଶୁକ୍ରବାର 17ଟି ଜିଲ୍ଲାର ବ୍ୟାଙ୍କର ଶତାଧିକ କର୍ମଚାରୀ ସହର ମଧ୍ୟରେ ଏକ ବିରାଟ ରାଲି କରିଛନ୍ତି । ଏହାସହ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ

ଆଗାମୀ ଦିନରେ ତାଙ୍କର ଦାବି ପୂରଣ ନ ହେଲେ ଆସନ୍ତା 29 ତାରିଖରେ 17ଟି ଜିଲ୍ଲାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଅଚଳ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ତେବେ ଏମାନେ ନିକଟରେ ବଦଳି ହୋଇଥିବା 100 ଜଣ କର୍ମଚାରୀଙ୍କ ବଦଳି ବାତିଲ କରିବା, ଚୁକ୍ତି ଭିତ୍ତିକ ଭାବରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ନିୟମିତ କରିବା, ଚାକିରି ସମୟରେ ମୃତ୍ୟୁ ହୋଇଥିବା କର୍ମଚାରୀଙ୍କ ପରିବାର ବର୍ଗଙ୍କୁ ଚାକିରି ଦେଇ ଥଇଥାନ କରିବା ଏମାନଙ୍କର ମୁଖ୍ୟ ଦାବି ରହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.