ବ୍ୟାଙ୍କ ଘରୋଇକରଣକୁ ବିରୋଧ, କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

author img

By

Published : Sep 24, 2022, 11:49 AM IST

13 ଦଫା ଦାବିନେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ କର୍ମଚାରୀଙ୍କ ଧାରଣା

୧୩ଦଫା ଦାବି ନେଇ ବଲାଙ୍ଗୀର ଜିଲ୍ଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ କର୍ମଚାରୀଙ୍କ ଧାରଣା। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବା ନେଇ ଚେତାବନୀ। ଅଧିକ ପଢନ୍ତୁ

ବଲାଙ୍ଗୀର: ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ବଲାଙ୍ଗୀର ଜିଲ୍ଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ କର୍ମଚାରୀ ଶୁକ୍ରବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହ ଧାରଣା ଦେଇଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବା ନେଇ ଚେତାବନୀ ଦେଇଛନ୍ତି କର୍ମଚାରୀ ।

13 ଦଫା ଦାବିନେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ କର୍ମଚାରୀଙ୍କ ଧାରଣା

ଏହା ମଧ୍ୟ ପଢନ୍ତୁ: ୧୦୦ କୋଟିର ସାଇବର ଠକେଇ, ବ୍ୟାଙ୍କ କର୍ମଚାରୀ ସାମିଲ

ବଲାଙ୍ଗୀର ଜିଲ୍ଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଶୁକ୍ରବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ୮ଟି ଉପଶାଖା ଓ ବଲାଙ୍ଗୀର ମୁଖ୍ୟ ଶାଖାର ସବୁ ବ୍ୟାଙ୍କ୍ କର୍ମଚାରୀ ଏହି ଧାରଣାରେ ସାମିଲ ହୋଇଛନ୍ତି । ସରକାରଙ୍କ ବ୍ୟାଙ୍କ ଘରୋଇକରଣକୁ ତୀବ୍ର ବିରୋଧ କରିଛନ୍ତି । ସେହିପରି କର୍ମଚାରୀଙ୍କ ଦରମା ବୃଦ୍ଧି, ଏନସିବି ନିୟମ ଅନୁସାରେ କର୍ମଚାରୀ ନିଯୁକ୍ତି ଓ ତାଙ୍କୁ ଦରମା ପ୍ରଦାନ ଭଳି ମୁଖ୍ୟ ୧୩ଟି ଦାବି ଏମାନେ ଉପସ୍ଥାପିତ କରିଛନ୍ତି । ଦାବି ଆଗକୁ ପୂରଣ ନ ହେଲେ ଏ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ ।

ଏନେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ପୁଳିନ ମିଶ୍ର କହିଛନ୍ତି ଯେ, "ଆମେ ଆଜି ଜିଲ୍ଲାର ୮ଟି ଉପଶାଖା ଓ ବଲାଙ୍ଗୀର ମୁଖ୍ୟ ଶାଖାର ସବୁ ବ୍ୟାଙ୍କ୍ କର୍ମଚାରୀ ଧାରଣାରେ ବସିଛୁ । ସରକାରଙ୍କ ନିକଟରେ ଆମର ୧୩ଟି ଦାବି ରହିଛି । ଆମେ ସରକାରଙ୍କୁ ଏନଆରବିଆଇ (National World Bank of India) ପାଇଁ ଦାବି କରିଥିଲୁ । ସରକାର ଆମକୁ ପ୍ରଫିଟ ସହ ସର୍ଭିସ ଦେବା ପାଇଁ କହୁଛନ୍ତି । କିନ୍ତୁ ସେ ଅନୁସାରେ କର୍ମଚାରୀ ନାହାନ୍ତି । ଫଳରେ କାର୍ଯ୍ୟ ଠିକ ଭାବେ ହୋଇପାରୁନାହିଁ । ସରକାରଙ୍କୁ ଅନୁରୋଧ କରୁଛି ଆମ ୧୩ ଦଫା ଦାବି ପୂରଣ କରନ୍ତୁ । ଯଦି ଆଗାମୀ ଦିନରେ ଏହିସବୁ ଦାବି ପୂରଣ ନହୁଏ ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.