Murder Live: ସାଙ୍ଗକୁ ହତ୍ୟା କରି ଲାଇଭ ଭିଡିଓ କଲା ସାଙ୍ଗ, କହିଲା ଆଗକୁ ତୋ ପାଳି

author img

By

Published : Nov 26, 2021, 1:03 PM IST

Updated : Nov 26, 2021, 1:53 PM IST

Murder Live , ସାଙ୍ଗକୁ ହତ୍ୟା କରି ଲାଇଭ ଭିଡିଓ କଲା ସାଙ୍ଗ

ସାଙ୍ଗର ପ୍ରେମିକାକୁ ଭଲ ପାଇବାରୁ ରକ୍ତମୁଖା ହେଲା ସାଙ୍ଗ । ଶେଷରେ ୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରି ଲାଇଭ ଭିଡିଓ (Murder Live) କରିଛନ୍ତି । ଅଧିକ ପଢନ୍ତୁ

ବଲାଙ୍ଗୀର: ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ସାଙ୍ଗର ପ୍ରେମିକାକୁ ଭଲ ପାଇବାରୁ ରକ୍ତମୁଖା ହେଲା ସାଙ୍ଗ । ଶେଷରେ ୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରି ଲାଇଭ ଭିଡିଓ (Murder Live) କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ତଳେ ଶୋଇଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଛି । ଆଉ ଅନ୍ୟ ଜଣେ ଯୁବକ ନିଜେ କହୁଛନ୍ତି ଯେ ସେ ହତ୍ୟା କରିଛନ୍ତି । ୨ ଜଣ ଯୁବକଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳିଛି ।

ସାଙ୍ଗକୁ ହତ୍ୟା କରି ଲାଇଭ ଭିଡିଓ କଲା ସାଙ୍ଗ, କହିଲା ଆଗକୁ ତୋ ପାଳି

ବଲାଙ୍ଗୀର ଜିଲ୍ଲାରେ ଘଟିଛି ଏହି ଛାତିଥରା ଘଟଣା । ମୃତକ ଜଣଙ୍କ ହେଉଛନ୍ତି ସୁଦପଡ଼ାର ବିଶ୍ଵଦେବ ସାହୁ । ହତ୍ୟା କରିଥିବା ୨ ସାଙ୍ଗ ହେଉଛନ୍ତି ଶୁଭମ୍ ସିଂ ଓ ଅମିତ୍ ମନ୍ ହୀରା । ତେବେ ଏହି ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ବିଶ୍ବଦେବଙ୍କୁ ତାଙ୍କ ୨ ସାଙ୍ଗ ଶୁଭମ୍ ଓ ଅମିତ ଘରୁ ଡାକି ନେଇ ରାଜେନ୍ଦ୍ର ୟୁନଭରସିଟି ପଛ ପଟେ ନିର୍ମମ ଭାବରେ ହତ୍ୟା କରିଥିଲେ । ଏହାପରେ ପେଟ୍ରୋଲ ଢାଳି ତାଙ୍କୁ ପୋଡିଦେଇଥିଲେ । ଏହାର ଭିଡିଓ ମଧ୍ୟ କରିଥିଲେ । ଏହାପରେ ଗତ ୨ଦିନ ତଳେ ରାଜେନ୍ଦ୍ର ୟୁନିଭରସିଟି ପଛ ପଟୁ ବିଶ୍ଵଦେବଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ପୋଲିସ ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଛି । ମୃତ ବିଶ୍ବଦେବ ସାହୁ ଓ ଶୁଭମ୍ ସିଂ ସାଙ୍ଗ ହେଉଥିବା ବେଳେ ସେମାନେ ଗୋଟିଏ ଝିଅକୁ ଭଲ ପାଉଥିଲେ। ତେଣୁ ଶୁଭମ ସିଂ ତାକୁ ହତ୍ୟା କରି ଭିଡିଓ କରିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated :Nov 26, 2021, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.