ଟ୍ରକ୍ ବାଇକ ସାମ୍ନାସାମ୍ନି: ଜଣେ ମୃତ, ଜଣେ ଗୁରୁତର

author img

By

Published : Sep 17, 2021, 9:24 PM IST

ଟ୍ରକ୍ ବାଇକ ସାମ୍ନାସାମ୍ନି: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର-ଖୋର୍ଦ୍ଧା ଜାତୀୟ ରାଜପଥରେ ଏକ ଟ୍ରକ୍ ଗୋଟିଏ ବାଇକକୁ ସାମ୍ନାପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀର: ବଲାଙ୍ଗୀର-ଖୋର୍ଦ୍ଧା ଜାତୀୟ ରାଜପଥରେ ଏକ ଟ୍ରକ୍ ଗୋଟିଏ ବାଇକକୁ ସାମ୍ନାପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସେପଟେ ଏହାକୁ ନେଇ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଟ୍ରକ୍ ବାଇକ ସାମ୍ନାସାମ୍ନି: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର କୁଲେର ବାହଲି ଗ୍ରାମର ଅର୍ଜୁନ ବାଗ ଓ ତାଙ୍କ ବନ୍ଧୁ ଏକ ବାଇକରେ ବଲାଙ୍ଗୀର ଆସୁଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ସାତ ମାଇଲ ଗ୍ରାମ ନିକଟରେ ଏକ ଟ୍ରକ୍ ତାଙ୍କ ବାଇକକୁ ସାମ୍ନାପଟୁ ଧକ୍କା ଦେଇଥିଲା । ମତକଙ୍କ ନାମ ହେଉଛି ଅର୍ଜୁନ ବାଗ ।

ସେପଟେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି ଟ୍ରକ୍ ଡ୍ରାଇଭରକୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ପ୍ରଶାସନ ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.