ମହିଳାଙ୍କୁ ପ୍ରତାରଣା କରି ଗିରଫ ହେଲେ ଆଦିବାସୀ ନେତା !

ମହିଳାଙ୍କୁ ପ୍ରତାରଣା କରି ଗିରଫ ହେଲେ ଆଦିବାସୀ ନେତା !
ଅଭିଯୋଗ ଅନୁସାରେ ପାଟଣାଗଡ ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କୁ ଗିରଫ ଆଦିବାସୀ ନେତା ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ହେବ ସମ୍ପର୍କ ରଖିଥିଲେ। ଏପରିକି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ବାରମ୍ବାର ରଖିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ବିବାହ କରିବାକୁ କହିବାରୁ ସେ ତାଙ୍କୁ ବିବାହ ପାଇଁ ମନା କରି ଥିଲେ। ପରେ ମହିଳା ଜଣକ ପାଟଣାଗଡ଼ ଥାନାରେ ଏହାର ଲିଖିତ ଅଭିଯୋଗ କରିଥିଲେ। ଅଧିକ ପଢନ୍ତୁ
ବଲାଙ୍ଗୀର: ମହିଳାଙ୍କୁ ପ୍ରେମ ପ୍ରତାରଣା କରି ବନ୍ଧା ହେଲେ ବିଶିଷ୍ଟ ଆଦିବାସୀ ନେତା ଗିରିରାଜ ଭୋଇ । ବଲାଙ୍ଗୀର ପାଟଣାଗଡ ଥାନାରେ ପୀଡିତା ମହିଳା ଅଭିଯୋଗ କରିବା ପରେ ପାଟଣାଗଡ଼ ପୋଲିସ ଆଦିବାସୀ ନେତା ଗିରିରାଜ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ ଅନୁସାରେ ପାଟଣାଗଡ ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କୁ ଗିରଫ ଆଦିବାସୀ ନେତା ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ହେବ ସମ୍ପର୍କ ରଖିଥିଲେ । ଏପରିକି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ବାରମ୍ବାର ରଖିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ବିବାହ କରିବାକୁ କହିବାରୁ ସେ ତାଙ୍କୁ ବିବାହ ପାଇଁ ମନା କରି ଥିଲେ। ପରେ ମହିଳା ଜଣକ ପାଟଣାଗଡ଼ ଥାନାରେ ଏହାର ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ଭିତ୍ତି କରି ପାଟଣାଗଡ଼ ପୋଲିସ କେଶ ନମ୍ୱର 14/2023 ରେ ମାମଲା ରୁଜୁ କରି ଆଇପିସି ଦଫା 493, 417 ଓ 506 ରେ ଗୀରିରାଜ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ କାରିଣୀ ମହିଳା ଏତଲାରେ ଦର୍ଶାଇଛନ୍ତି, ‘‘ତାଙ୍କୁ ନ୍ୟାୟ ଦିଆଯାଉ । ଗିରଫ ଗିରିରାଜ ଭୋଇ ତାଙ୍କ ସହ ଦୁଇ ବର୍ଷରୁ ସମ୍ପର୍କ ରଖି ଆସିଥିଲେ। ତେବେ କିଛି ମାସ ପୂର୍ବରୁ ବେଳପଡ଼ାର ଗିରି ଗୋବର୍ଦ୍ଧନ ମନ୍ଦିରରେ ତାଙ୍କୁ ସିନ୍ଦୂର ଦେଇ ବାହା ମଧ୍ୟ ହୋଇଥିବା କହିଛନ୍ତି। ସେହି ଦିନ ଠାରୁ ସେ ମହିଳାଙ୍କ ସହ ସମ୍ପର୍କ ରଖି ଆସିଥିଲେ । ତେବେ ତାଙ୍କୁ ବୈଦିକ ରୀତି ନୀତିରେ ବାହା ହୋଇ ସାଙ୍ଗରେ ରଖିବାକୁ କହିବା ପରେ ସେ ଦିନ ଗଡ଼ାଇ ଚାଲିଥିଲେ। ଗତ କିଛି ଦିନରୁ ସେ ମହିଳାଙ୍କ ମୋବାଇଲ ନମ୍ୱର୍ କୁ ବ୍ଲକ କରିବା ସହ ମହିଳାଙ୍କୁ ବାହା ହେବି ନାହିଁ ବୋଲି କହିଥିଲେ। ଯାହା ପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବାର କହିଛନ୍ତି ।’’
ସେପଟେ ସଂପୃକ୍ତ ଆଦିବାସୀ ନେତା ଗୀରିରାଜ ଭୋଇ ଓଲଟା ମହିଳାଙ୍କ ଉପରେ ଦୋଷାରୋପ କରିଛନ୍ତି। ମହିଳା ଜଣକ ଟଙ୍କା ଦେଇ ତାଙ୍କ ସହ ସମ୍ପର୍କ ରଖିବାକୁ କହିଥିଲେ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ସେହିପରି ତାଙ୍କୁ ବଦନାମ କରିବା ପାଇଁ ଏବେ ସେ ଚକ୍ରାନ୍ତ କରିଥିବା କହିଛନ୍ତି। ଗିରିରାଜ ଭୋଇ ବଲାଙ୍ଗୀର ଜିଲ୍ଲା ଆଦିବାସୀ ସଂଘ ତଥା ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘର ଜଣେ ଆଗ ଧାଡିରେ ନେତା ଅଟନ୍ତି। ବର୍ତ୍ତମାନର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସହ ତାଙ୍କର ଘନିଷ୍ଠତା ରହିଛି ।
ଇଟିଭି ଭାରତ, ବଲାଙ୍ଗୀର
