ବଲାଙ୍ଗୀରରେ ବିଭିନ୍ନ ଦାବି ପୂରଣ ନେଇ ସ୍ବତନ୍ତ୍ର ଶିକ୍ଷକଙ୍କ ଆନ୍ଦୋଳନ

author img

By

Published : Dec 4, 2021, 10:21 PM IST

teacher agitation

ବଲାଙ୍ଗୀର ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଛିଡା କରିବା ଓ ତାଙ୍କ ଭବିଷ୍ୟତ ଗଢ଼ିବା ଦାୟିତ୍ୱରେ ନିୟୋଜିତ ଥିବା ସ୍ବତନ୍ତ୍ର ଶିକ୍ଷକ ମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅଧିକ ପଢନ୍ତୁ

ବଲାଙ୍ଗୀର: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ନିୟୋଜିତ ସ୍ବତନ୍ତ୍ର ଶିକ୍ଷକ ମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ତାଙ୍କୁ ସରକାର ଚାକିରିର ମାନ୍ୟତା ସହ ସବୁ ସୁବିଧା ଓ ସ୍କୁଲ ଗୁଡ଼ିକୁ ସରକାରୀ ଅନୁଦାନ ଦେବାକୁ ଏମାନେ ଦାବି କରିଛନ୍ତି। ବଲାଙ୍ଗୀର ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଛିଡା କରିବା ଓ ତାଙ୍କ ଭବିଷ୍ୟତ ଗଢ଼ିବା ଦାୟିତ୍ୱରେ ନିୟୋଜିତ ଥିବା ସ୍ବତନ୍ତ୍ର ଶିକ୍ଷକ ମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଦୀର୍ଘ ବର୍ଷ ହେବ ଏମାନେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ହେଲେ ଏଯାଏଁ ସେମାନେ ସରକାରୀ ଚାକିରିର ମାନ୍ୟତା ପାଇ ନାହାଁନ୍ତି ।

ବଲାଙ୍ଗୀରରେ ବିଭିନ୍ନ ଦାବି ପୂରଣ ନେଇ ସ୍ବତନ୍ତ୍ର ଶିକ୍ଷକଙ୍କ ଆନ୍ଦୋଳନ

ସେହିପରି କୌଣସି ଚାକିରିର କୌଣସି ସୁବିଧା ସୁଯୋଗ ମଧ୍ୟ ଏମାନେ ପାଇ ନାହାନ୍ତି। ତେବେ ତାଙ୍କ ସ୍କୁଲ ଗୁଡିକୁ ସରକାରୀ ଅନୁଦାନ ସହ ଶିକ୍ଷକ ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା ସହ ସେମାନଙ୍କୁ ପେନସନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଏମାନେ ଦାବି କରିଛନ୍ତି। ଏଥିପାଇଁ ଏମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ 30 ବର୍ଷରୁ 9 ଟି ଭିନ୍ନ କ୍ଷମ ସ୍କୁଲ ଅଛି ଏବଂ ଏଥିରେ 470 ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ମୋଟ 150 ଜଣ ଶିକ୍ଷକ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି। ତେବେ ଏମାନଙ୍କ ଦାବି ଶୀଘ୍ର ପୂରଣ ସହ ସବୁ ସୁବିଧା ଯୋଗାଇ ଦେବାକୁ ଏମାନେ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.