ଛତିଶଗଡର ଯୁବତୀଙ୍କୁ ବଲାଙ୍ଗୀରରେ ହତ୍ୟା,୨ ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Dec 3, 2022, 1:56 PM IST

ଛତିଶଗଡର ଯୁବତୀଙ୍କୁ ବଲାଙ୍ଗୀରରେ ହତ୍ୟା

ତୁରେକେଲାରେ ରାୟପୁର ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ୨ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ବଲାଙ୍ଗୀର: ଛତିଶଗଡ ରାୟପୁରର ବ୍ୟାଙ୍କ କର୍ମଚାରୀ ଯୁବତୀଙ୍କୁ ହତ୍ୟା ଘଟଣା । ତଦନ୍ତ ପରେ ସାମ୍ନାକୁ ଆସିଲା ଘଟଣା ଦିନର ସମ୍ପୂର୍ଣ୍ଣ କାହାଣୀ । ପ୍ରେମିକ ଓ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ରାୟପୁର ଜିଲ୍ଲା ମୋବା ନିବାସୀ ସଚିନ ଅଗ୍ରୱାଲ ଓ ତାର ସହଯୋଗୀ ସୁରଜ୍ ଅଗ୍ରୱାଲ ।

ଛତିଶଗଡର ଯୁବତୀଙ୍କୁ ବଲାଙ୍ଗୀରରେ ହତ୍ୟା

ଗତ 21 ନଭେମ୍ବରରେ ସଚିନ ଅଗ୍ରୱାଲ ଯୁବତୀ ତନୁ କୁରେଙ୍କୁ ନେଇ ବଲାଙ୍ଗୀର ବୁଲିବାକୁ ଏକ ବୋଲେରୋ ଗାଡ଼ିରେ ଆସିଥିଲେ। ତେବେ ବଲାଙ୍ଗୀର ବଙ୍ଗୋମୁଣ୍ଡା ପାଖରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବା ବେଳେ ସଚିନ ଅଗ୍ରୱାଲ ଏକ ବନ୍ଧୁକରେ ଯୁବତୀଙ୍କୁ ହତ୍ୟା କରିଥିଲା । ଏବଂ କଣ୍ଟାବାଞ୍ଜିରେ ଥିବା ଜଣେ ବନ୍ଧୁ ସୁରଜ ଅଗ୍ରୱାଲର ସହାୟତାରେ ତୁରେକେଲା ଜଙ୍ଗଲରେ ଯୁବତୀଙ୍କ ମୃତଦେହକୁ ପୋଡ଼ି ନଷ୍ଟ କରିବାର ଚେଷ୍ଟା କରିଥିଲେ ।

ଏହାପରେ ନଭେମ୍ବର 24ରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଗ୍ରାମ ନିକଟ ଜଙ୍ଗଲରେ ଜଣେ ଅଚିହ୍ନା ଯୁବତୀଙ୍କ ଦରପୋଡା ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ଘଟଣାର ତଦନ୍ତ ପାଇଁ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ କଣ୍ଟାବାଞ୍ଜି ଏଡିପିଓଙ୍କ ଅଧ୍ୟକ୍ଷତାରେ ଇନ୍ସପେକ୍ଟର ଧରମେନ୍ଦ୍ର କୁମାର ଶାନ୍ତି ଓ ବଲାଙ୍ଗୀର ଟାଉନ ଥାନା ଏସ ଆଇ କିରଣ କୁମାର ଜାନି ତଦନ୍ତ ଆରମ୍ଭ କରିଥିଲେ । ପୋଲିସର ତଦନ୍ତ ପରେ ଏହି ଯୁବତୀ ଜଣଙ୍କ ଛତିଶଗଡ ରାଜ୍ୟ ରାୟପୁରର ତନୁ କୁରେ ବୋଲି ଜଣାପଡିଥିଲା । ମୃତ ତନୁ କୁରେ ରାୟପୁରର ମୋବା ସ୍ଥିତ ଆକ୍ସିସ୍ ବ୍ୟାଙ୍କରେ କାମ କରୁଥିଲେ । ଏହା ମଧ୍ୟରେ ତାଙ୍କ ସହ ବଲାଙ୍ଗୀର କଣ୍ଟାବାଞ୍ଜିର ଯୁବକ ସଚିନ ଅଗ୍ରୱାଲ ସହ ପରିଚିତ ହୋଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରେମିକ ଯୁବତୀଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ଏହି ହତ୍ୟା ଘଟଣାରେ ଆଉ କିଛି ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ କହିଛି । ଏବଂ ପୋଲିସ୍ ହତ୍ୟାରେ ବ୍ୟବହୃତ ବନ୍ଧୁକ ଓ ଅଫୁଟା ଗୁଳି ମଧ୍ୟ ଜବତ କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.