ଓଲଟିଲା ପିକଅପ୍‌ ଭ୍ୟାନ: ଜଣେ ମୃତ ଏକାଧିକ ଆହତ

author img

By

Published : Sep 28, 2022, 9:01 AM IST

ଓଲଟିଲା ପିକଅପ ଭ୍ୟାନ : ୧ ମୃତ ସାତ ଆହତ

ବଲାଙ୍ଗୀର ସହର ସଦେଇପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ୍‌ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ଶ୍ରମିକ ମାନଙ୍କୁ ନେଇ ଏକ ପିକଅପ ଭ୍ୟାନ ଯାଉଥିବାବେଳେ, ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି (Pickup van overturns one died seven injured) । ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ 7 ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବଲାଙ୍ଗୀର ସହର ନିକଟସ୍ଥ ସଦେଇପାଲି ଛକରେ (Pickup van overturns ) । ଗୁରୁତର ମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ବାରି ଗ୍ରାମର ଶ୍ରମିକ ହିମାଂଶୁ ଶଙ୍ଖୁଆ ।

ଓଲଟିଲା ପିକଅପ ଭ୍ୟାନ : ୧ ମୃତ ସାତ ଆହତ

ସୂଚନାନୁସାରେ ଏହି ପିକଅପ ଭ୍ୟାନରେ ଶ୍ରମିକ ମାନେ ବିଦ୍ୟୁତ ପୋଲ ନେଇ ଯାଉଥିଲେ । ସେହି ସମୟରେ ସଦେଇପାଲି ଛକର ବୁଲାଣି ଠାରେ ଚାଳକ ଜଣକ ଭାରସାମ୍ୟ ହରାଇବାରୁ ଭ୍ୟାନଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସମସ୍ତ ଶ୍ରମିକ ମାନେ ଚନ୍ଦନଭାଟି ଗ୍ରାମ ପଟରୁ ବଲାଙ୍ଗୀର ଆସୁଥିଲେ । ସବୁଠୁ ବଡ଼ କଥା ଭ୍ୟାନରେ ବିଦ୍ୟୁତ୍ ଖୁଣ୍ଟ ବୋଝେଇ ହୋଇଥିବା ବେଳେ ତାହାରି ତଳେ ଶ୍ରମିକ ମାନେ ଚାପି ହୋଇଯାଇଥିଲେ ।

ସାତ ଜଣ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ସଦର ପୋଲିସ୍ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ସେପଟେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । କାରଣ ଘରେ ମାତ୍ର ରୋଜଗାରିଆ ପୁଅ ଥିଲେ ହିମାଂଶୁ । ବାହାରକୁ ଯାଇଥିଲେ ଖଟିବାକୁ । ତାଙ୍କରି ରୋଜଗାରରେ ଚାଲୁଥିଲା ପୁରା ପରିବାର । ଏବେ ହିମାଂଶୁଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି ପରିବାର ବର୍ଗ । ସତେ ଯେମିତି ଘର ଉପରକୁ ମାଡ଼ି ଆସିଛି କଳା ବାଦଲ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.