ଫରେଷ୍ଟ ଗାର୍ଡ ନେଉଥିଲେ ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

author img

By

Published : Sep 29, 2022, 10:20 PM IST

ଫରେଷ୍ଟ ଗାର୍ଡ ନେଉଥିଲେ ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

ଫରେଷ୍ଟ ଗାର୍ଡ ନେଉଥିଲେ ଲାଞ୍ଚ । ମାଡିବସିଲା ଭିଜିଲାନ୍ସ । 16 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଫରେଷ୍ଟ ରେଞ୍ଜ୍‌ର ଫରେଷ୍ଟ ଗାର୍ଡ ଲକ୍ଷ୍ମୀ ନାରାୟଣ ସ୍ବାଇଁ । ଅଧିକ ପଢନ୍ତୁ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫରେଷ୍ଟ ଗାର୍ଡ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଫରେଷ୍ଟ ରେଞ୍ଜ୍‌ର ଫରେଷ୍ଟ ଗାର୍ଡ ଲକ୍ଷ୍ମୀ ନାରାୟଣ ସ୍ବାଇଁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି(Forest Guard in Patnagarh Forest Range in Vigilance Trap) । ଜଣେ ହିତାଧିକାରୀଙ୍କ ଲେବର କାର୍ଡରେ କରିଥିବା କାମର ବିଲ କରାଇ ଦେବା ପାଇଁ 16 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

  • Today , Sri Laxmi Narayan Swain,Forest Guard, Patnagarh Forest Range, Bolangir has been apprehended by #OdishaVigilance while demanding & accepting bribe of Rs.16,000/-from a Labour Representative for clearing his pending bills & preparing Muster Roll of his & fellow labourers.

    — Odisha Vigilance (@OdishaVigilance) September 29, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଫରେଷ୍ଟ ରେଞ୍ଜ୍‌ର ଫରେଷ୍ଟ ଗାର୍ଡ ମନରେଗାରେ କାମ କରିଥିବା ଶ୍ରମିକଙ୍କ ବିଲ କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ । ଫରେଷ୍ଟ ଗାର୍ଡ ଲକ୍ଷ୍ମୀ ନାରାୟଣ ସ୍ବାଇଁ ପାଟଣାଗଡ ପୋଡଛାପରର ଶ୍ରମିକ ଶେଷଦେବ ମାଝୀଙ୍କ ଠାରୁ ୧୬ ହଜାର ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହେବା ପରେ ଗୁରୁବାର ସମ୍ବଲପୁର ବଲାଙ୍ଗୀର ଓ ବରଗଡ ଭିଜିଲାନ୍ସ ବିଭାଗ ମିଳିତ ଭାବରେ ଚଢାଉ କରି ଫରେଷ୍ଟ ଗାର୍ଡଙ୍କୁ ଟଙ୍କା ନେବା ସମୟରେ କାବୁ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଭିଣୋଇ, ୫ଟି ସ୍ଥାନରେ ଚଢାଉ ଜାରି

ସେହିପରି ଫରେଷ୍ଟ ଗାର୍ଡ ଲକ୍ଷ୍ମୀ ନାରାୟଣ ସ୍ବାଇଁଙ୍କର ସରକାରୀ ବାସଭବନ, ଫରେଷ୍ଟ କାର୍ଯ୍ୟଳୟ ସହିତ ମୋଟ ତିନୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି । ଏହି ଚଢ଼ାଉରେ ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ଟିମ୍ ସାମିଲ ରହିଥିବା ସୂଚନା ରହିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.