ଆସନ୍ତାକାଲି ନୂଆଖାଇ, ଆଜି ସମ୍ପନ୍ନ ହେଲା ପାହୁର ଯାତ୍ରା

author img

By

Published : Sep 10, 2021, 9:04 PM IST

ଆସନ୍ତାକାଲି ନୂଆଖାଇ, ଆଜି ସମ୍ପନ୍ନ ହେଲା ପାହୁର ଯାତ୍ରା

ରାତି ପାହିଲେ ପାଳନ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଏଥିଲାଗି ଆଜି(ଶୁକ୍ରବାର) ବଲାଙ୍ଗୀରରେ ପାହୁର ଯାତ୍ରା ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ...

ବଲାଙ୍ଗୀର: ଜିଲ୍ଲାରେ ଆଜି(ଶୁକ୍ରବାର) ପାହୁର ଯାତ୍ରା ସମ୍ପନ୍ନ ହୋଇଛି ଏବଂ ସକାଳେ ପାଳିତ ହେବ ନୂଆଖାଇ । ତେବେ ସବୁ ଇଷ୍ଟ ଦେବୀଙ୍କଠାରେ ନବାନ୍ନ ପାଇଁ ପୂଜାର ସମସ୍ତ ନୂଆ ସାମଗ୍ରୀ ପହଞ୍ଚିଯାଇଛି। ଏହି ଗଣପର୍ବ ପାଇଁ ପଶ୍ଚିମ ଓଡ଼ିଶାବାସୀ ଅଛନ୍ତି ବେଶ ଉତ୍ସାହିତ ।

ଆସନ୍ତାକାଲି ନୂଆଖାଇ, ଆଜି ସମ୍ପନ୍ନ ହେଲା ପାହୁର ଯାତ୍ରା

ପାହୁର ଯାତ୍ରା ସମ୍ପନ୍ନ ହେବା ପରେ ପ୍ରସ୍ତୁତି ଜୋରଦାର ହୋଇଛି । ବଲାଙ୍ଗୀରର ସମସ୍ତ ଇଷ୍ଟ ଦେବୀଙ୍କ ପାଖରେ ନୂଆଖାଇ ପାଇଁ ସବୁ ନୂଆ ସାମଗ୍ରୀ ପହଞ୍ଚିଯାଇଛି। ଯେଉଁଥିରେ ଝାଡୁଠୁ ଆରମ୍ଭ କରି ଦେବୀଙ୍କ ପାଇଁ ପୋଷାକ ଅଳଙ୍କାର ଭୋଗ ସାମଗ୍ରୀ ଇତ୍ୟାଦି ଏହି ପାହୁର ଯାତ୍ରା ମାଧ୍ୟମରେ ପହଞ୍ଚିଛି । ତେବେ ରାଜା ଅମଳରେ ଗାଁଠୁ ସହର ରାଜକୀୟ ଶୋଭାଯାତ୍ରାରେ ଏହି ସରଞ୍ଜାମ ସବୁ ପହଞ୍ଚାଇ ଦିଆଯାଉଥିଲା । ଯାହାକୁ ପାହୁର ଯାତ୍ରା ବୋଲି କୁହାଯାଉଥିବା ବେଳେ ଏବେ ବଲାଙ୍ଗୀରର ସାଂସ୍କୃତିକ ସଂଗଠନ ମାନେ ଏହି ଦାୟିତ୍ଵ ନେଇଛନ୍ତି ।

ତେବେ ଏଥର କୋଭିଡ଼ କଟକଣା ଯୋଗୁଁ ଶୋଭାଯାତ୍ରା ହୋଇ ନ ଥିବା ବେଳେ ନିରାଡ଼ମ୍ବର ଭାବରେ ପରମ୍ପରା ଓ ରୀତିନୀତିକୁ ବଜାୟ ରଖି ସବୁ ପୂଜା ସାମଗ୍ରୀ ମା' ସମଲେଇ, ମା' ପତାନେଶ୍ବରି ଓ ଦୁର୍ଗା ମା'ଙ୍କ ପାଖରେ ପହଞ୍ଚିଛି । ଏହି ସାମଗ୍ରୀ ଆସିବା ପରେ ଆସନ୍ତାକାଲି ସବୁ ମନ୍ଦିରରେ ନୂଆ ବସ୍ତ୍ର ଅଳଙ୍କାରରେ ସଜ୍ଜିତ ହୋଇ ଦେବାଦେବୀମାନେ ଭକ୍ତଙ୍କୁ ଦେଖା ଦେବେ ଏବଂ ଧାର୍ଯ୍ୟ ଲଗ୍ନ ଅନୁସାରେ ନୂଆ ଅନ୍ନର ଭୋଗ ଲାଗି ହେବ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.