ବୃଦ୍ଧଙ୍କୁ କଚାଡି ମାରିଲା ହାତୀ

author img

By

Published : Dec 6, 2022, 5:28 PM IST

ବୃଦ୍ଧଙ୍କୁ କଚାଡି ମାରିଲା ହାତୀ

କ୍ଷେତ ଜଗିଥିବା ବେଳେ ବୃଦ୍ଧଙ୍କୁ କଚାଡି ମାରିଲା ହାତୀ । ଗ୍ରାମବାସୀ ସମ୍ପୃକ୍ତ ବୃଦ୍ଧଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ସହ ଗ୍ରାମରୁ ହାତୀପଲକୁ ଘଉଡ଼ାଇବାକୁ ଦାବୀ । ଅଧିକ ପଢନ୍ତୁ

ବଲାଙ୍ଗୀର: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ଏନେଇ କ୍ଷେତ ଜଗିଥିବା ବେଳେ ବୃଦ୍ଧଙ୍କୁ କଚାଡି ମାରିଲା ହାତୀ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଖଇରଗୁଡା ଜଙ୍ଗଲ ନିକଟରେ ।

ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ 12 ଟିକିଆ ହାତୀ ପଲ ଉପଦ୍ରବ ମଚାଇ ଥିବା ବେଳେ ଲୋକେ ରାତିରେ ନିଜ କ୍ଷେତ ଧାନ ଜଗିବାକୁ ବାଧ୍ୟ ହୋଇଛନ୍ତି । ଗତକାଲି(ସୋମବାର) ରାତିରେ ସ୍ଥାନୀୟ ଖଇରଗୁଡା ଗ୍ରାମର ବୃଦ୍ଧ ମାଛୁ ମହନନ୍ଦ ନିଜ କ୍ଷେତ ଜଗିଥିଲେ । ବିଳମ୍ବିତ ରାତିରେ ହାତୀ ତାଙ୍କୁ ଆକ୍ରମଣ କରିବା ସହ କଚାଡି ମାରି ଦେଇଥିବା ଅଭିଯୋଗ ହୋଇଛି ।

ସେପଟେ ଗ୍ରାମବାସୀ ଓ ଜଙ୍ଗଲ ବିଭାଗ ହାତୀକୁ ଘଉଡାଇବାର ରାତି ତମାମ ଚେଷ୍ଟା କରି ଥିବା ବେଳେ ଆଜି ସକାଳୁ ବୃଦ୍ଧଙ୍କ ଶବକୁ ସେଠୁ ଉଦ୍ଧାର କରିଛନ୍ତି । ଏଥିସହ ତୁଷୁରା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଗ୍ରାମବାସୀ ସମ୍ପୃକ୍ତ ବୃଦ୍ଧଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି । ଏଥିସହ ଗ୍ରାମରୁ ହାତୀପଲକୁ ଘଉଡାଇବାକୁ ମଧ୍ୟ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.