ସଇଁତଳାରେ ନିର୍ମାଣଧିନ ସୋଲାର ପ୍ଲାଣ୍ଟକୁ ସ୍ଥଗିତ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Oct 2, 2022, 12:27 PM IST

ସଇଁତଳାରେ ନିର୍ମାଣଧିନ ସୋଲାର ପ୍ଲାଣ୍ଟକୁ ସ୍ଥଗିତ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ବଲାଙ୍ଗୀରରେ ସ୍ଥଗିତ ରହିଲା ସୋଲାର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ । ଆସନ୍ତା ଡ଼ିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

ବଲାଙ୍ଗୀର: ସଇଁତଳା ବ୍ଲକରେ ସ୍ଥଗିତ ରହିଲା ସୋଲାର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ । ନିର୍ମାଣଧୀନ ଥିବା ସୋଲାର ପ୍ଲାଣ୍ଟକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଆସନ୍ତା ଡ଼ିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ରହିଛି । ସ୍ଥାନୀୟ ଅଞ୍ଚଳବାସୀ ଓ ଆଦିବାସୀ ଏହି ପ୍ଲାଣ୍ଟ ନିର୍ମାଣକୁ ତୀବ୍ର ବିରୋଧ କରିଆସୁଥିବା ବେଳେ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଖୁସି ବ୍ୟକ୍ତ କରିଛନ୍ତି ।

ସଇଁତଳାରେ ନିର୍ମାଣଧିନ ସୋଲାର ପ୍ଲାଣ୍ଟକୁ ସ୍ଥଗିତ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତରେ ଏହି ସୋଲାର ପ୍ଲାଣ୍ଟ ନିର୍ମାଣ ଚାଲିଥିଲା । ସ୍ଥାନୀୟ ପଞ୍ଚାୟତର ଲୋକ ଏହାକୁ ପୂର୍ବରୁ ବିରୋଧ କରି ଆସୁଥିବା ବେଳେ ନିର୍ମାଣ ସ୍ଥଳରେ ଆନ୍ଦୋଳନ ମଧ୍ୟ ଜାରି ରଖିଥିଲେ । ତେବେ ସରକାର ଓ ଜିଲ୍ଲା ପ୍ରଶାସନ ବେଆଇନ ଭାବରେ ଏହି ପଞ୍ଚାୟତର ଗୋଚର ଜମି କିସମ ବଦଳାଇ ଓ ଏଠି ଥିବା ଜଙ୍ଗଲ ନଷ୍ଟ କରି ଏହି କାମ କରୁଥିଲେ। ଯାହାକୁ ପଞ୍ଚାୟତବାସୀ ତଥା ସ୍ଥାନୀୟ ଆଦିବାସୀ ସଂଗଠନ ବିରୋଧ କରି ନିର୍ମାଣ କାମ ଆରମ୍ଭ ହେବା ଦିନ ଠୁ ଏମାନେ ଏଠି ଆନ୍ଦୋଳନ କରିବା ସହ ଧାରଣା ଦେଇ ଆସୁଥିଲେ ।

ସେପଟେ ପ୍ରଶାସନ ଏମାନଙ୍କ ସହ ଆଲୋଚନା ନକରି ଜୋର ଜବରଦସ୍ତ ବେଆଇନ ଭାବରେ କାମ ଆରମ୍ଭ କରୁଥିବାର ଅଭିଯୋଗ ହୋଇ ଆସୁଥିଲା । ଏହି ମାମଲା ଓଡ଼ିଶା ହାଇକୋର୍ଟରେ ପହଞ୍ଚିବା ପରେ ଏହାର ଶୁଣାଣି କରାଯାଇଛି । ଆସନ୍ତା ଡ଼ିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସୋଲାର ପାୱାର ପ୍ଲାଣ୍ଟ ନିର୍ମାଣ କାମ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଏହି ଗ୍ରାମର ସ୍ଥାନୀୟ ନେତା ପାଣ୍ଡବ କୁମ୍ଭାର କୋର୍ଟରେ ଏନେଇ ଆବେଦନ କରିଥିଲେ । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ସୋଲାର ପ୍ଲାଣ୍ଟ ବିରୋଧୀ ତଥା ଆନ୍ଦୋଳନକାରୀ ବେଶ ଖୁସି ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିରୋଧ ସତ୍ତ୍ବେବି ଆରମ୍ଭ ହେଲା ସୋଲାର ପ୍ଲାଣ୍ଟ କାମ, ଧାରଣାରେ ଗ୍ରାମବାସୀ

ଡୁଙ୍ଗୁରିପାଲି ଓ ତେଣ୍ଡିପାଲି ଗ୍ରାମବାସୀ ଆରମ୍ଭରୁ ସୋଲାର ପ୍ଲାଣ୍ଟ ନିର୍ମାଣକୁ ବିରୋଧ କରୁଥିଲେ । ଏଠିକାର ଗୋଚର ଜମିକୁ ଚଞ୍ଚକତା କରି ଆଦିତ୍ୟ ବିର୍ଲା ଗ୍ରୁପ ଏଠାରେ ସୋଲାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଥିବା ବେଳେ ଗୃହ ପାଳିତ ପଶୁଙ୍କ ଚରା ଭୂଇଁ ଚୋରି ହୋଇଥିବାର ଅଭିଯୋଗ କରିଥିଲେ । ସେହିପରି ବିନା ଗ୍ରାମସଭା କିମ୍ବା ପଲ୍ଲୀ ସଭାରେ ପ୍ରଶାସନ ଜୋର ଜବରଦସ୍ତ ଏଠି କାମ କରୁଥିବାର ଲୋକେ ଅଭିଯୋଗ କରିଥିଲେ । ବିରୋଧ ସତ୍ତ୍ବେ ବି ଏହି କାମ ଆରମ୍ଭ ହୋଇଥିବାରୁ ଗତ ସେପ୍ଟେମ୍ବର ୯ତାରିଖରେ ଦୁଇଟି ଗ୍ରାମର ଲୋକେ ନିର୍ମାଣ ସ୍ଥଳରେ ଧାରଣା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.